ସାଉଦିଆରବର ତୈଳଡିପୋରେ କ୍ଷେପଣାସ୍ତ୍ର ମାଡ , ଏହା ପଛରେ କାହାର ହାତ ଆସନ୍ତୁ ଜାଣିବା

ଜେଦାହ -: ଗୋଟିଏ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଅନ୍ୟପଟେ ସାଉଦି ଆରବ ଉପରେ ଆଜି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଜେଦାହଠାରେ ଥିବା ସାଉଦି ସରକାରଙ୍କ ତେଲ କମ୍ପାନି ସାଉଦି ଆରାମକୋର ଏକ ତୈଳ ଡିପୋ ଉପରେ ଇରାନ ସମର୍ôଥତ ହୁଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ଫଳରେ ବଡ଼ ବିସ୍ଫୋରଣ ହେବା ସହ ତେଲରେ ନିଆଁ ଲାଗିଯାଇଛି ।

Advertisement

ଆରବ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ହୁଥି ବିଦ୍ରୋହୀମାନେ ସାଉଦି ଆରବ ଉପରକୁ କେତେକ କ୍ଷେପଣାସ୍ତ୍ର ମାଡ କରିଛନ୍ତି । ପ୍ରାୟ ୭ଟି କ୍ଷେପଣାସ୍ତ୍ରକୁ ସାଉଦି ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କରିବାରେ ସକ୍ଷମ ହୋଇଥିଲା । ତେବେ କେତୋଟି କ୍ଷେପଣାସ୍ତ୍ର ତୈଳ ଡିପୋ ଉପରେ ପଡ଼ିଥିଲା । ଏହି ଆକ୍ରମଣ ପାଇଁ ହୁଥି ବିଦ୍ରୋହୀମାନେ ନିଜକୁ ଦାୟୀ କରିଛନ୍ତି ।

ହୁଥି ବିଦ୍ରୋହୀଙ୍କଠାରୁ ଆକ୍ରମଣ ଆଶଙ୍କାରେ ସାଉଦି ଆରବ ଆମେରିକାଠାରୁ ଅଧିକ ପରିମାଣରେ ପାଟ୍ରିଅଟ ମିସାଇଲ ମଗାଇଥିଲା । ଗତ ବର୍ଷ ୟୁଏଇ ଉପରେ ୟେମେନର ହୁଥି ବିଦ୍ରୋହୀମାନଙ୍କ ଦ୍ୱାରା ଡ୍ରୋନ ଆକ୍ରମଣ ପରେ ସାଉଦି ମଧ୍ୟ ନିଜ ଉପରେ ଏପରି ଆକ୍ରମଣ ଆଶଙ୍କା କରୁଥିଲା । ଶତ୍ରୁପକ୍ଷର ରକେଟ ଓ ଡ୍ରୋନ ଆକ୍ରମଣକୁ ନଷ୍ଟ କରିବାକୁ ପାଟ୍ରିଅଟ୍ ମିସାଇଲର ବ୍ୟବହାର କରାଯାଇଥାଏ । ପୂର୍ବରୁ ବି ସାଉଦି ଏସବୁ ମିସାଇଲ ସିଷ୍ଟମ ବ୍ୟବହାର କରୁଥିଲେ ବି ତାହା ଶେଷ ହୋଇଯାଇଥିବାରୁ ନୂଆ ମିସାଇଲ ମଗାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!