ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ଦଳର ବିଧାୟକ, କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା

ଦିଲ୍ଲୀ / ଭୁବନେଶ୍ୱର -: ପଞ୍ଚାୟତ ଓ ପୈାର ନିର୍ବାଚନରେ ବିଜେପିର ଶୋଚନୀୟ ପ୍ରଦର୍ଶନ ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ନେତୃତ୍ୱଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଠିକ୍ ଏହାପରେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ବରିଷ୍ଠ ପଦାଧିକାରୀଙ୍କୁ ନେଇ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ଭେଟିଲେ ।

Advertisement

ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ । ଠିକ୍ ଏହାର ଦିନକ ପରେ ଅର୍ଥାତ୍ ଶୁକ୍ରବାର ବିଜେପିର ୨୦ଜଣିଆ ବିଧାୟକ ଦଳ ରାଷ୍ଟ୍ରୀୟ ସଭାପତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।ଏମିତି କ’ଣ ପରିସ୍ଥିତି ହେଲା ଯେ, ରାଜ୍ୟର ସବୁ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଲେ? ରାଜ୍ୟ ସଭାପତି ଓ ବରିଷ୍ଠ ପଦାଧିକାରୀ ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିବାର ୨୪ଘଣ୍ଟା ପୂରିନି ବିଧାୟକମାନେ ଦଳ ହୋଇ ଯାଇ ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲେ । ବିଜେପି ନେତାମାନେ ଦଳ ଦଳ ହୋଇ ନଡ୍ଡାଙ୍କୁ ଭେଟିବା ନେଇ ଚର୍ଚ୍ଚା ବଢ଼ିବାର କାରଣ ହେଉଛି- ସମୀର ମହାନ୍ତି ଭେଟିବା ପରେ କହିଥିଲେ ଯେ, ସାମ୍ପ୍ରତିକ ରାଜନୈତିକ ସ୍ଥିତି, ପ୍ରାକ୍ ନିର୍ବାଚନୀ ହିଂସା ଓ ନିର୍ବାଚନ ସମୟର ହିଂସା ଉପରେ ଆଲୋଚନା କରିଥିଲେ । ରାଜ୍ୟରେ ପୈାର ଓ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଷୟରେ ଅବଗତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ କିପରି ଦଳ ଭଲ ପ୍ରଦର୍ଶନ କରିବ ସେନେଇ ଆଲୋଚନା କରିଥିଲେ ।

ତିନି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିସାରିଲେଣି ୨୦ ବିଧାୟକ

ହେଲେ ବିଧାୟକ ଦଳ କହୁଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଦିଲ୍ଲୀରେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିବାରୁ ତାଙ୍କୁ ଭେଟିବାକୁ ଆସିଥିଲୁ । ଦିଲ୍ଲୀ ଆସିଥିବାରୁ ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲୁ । ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ କଥା କହୁୁଥିବାରୁ ବିଜେପି ନେତାମାନେ ସେମାନଙ୍କ ହଠାତ୍ ଦିଲ୍ଲୀ ଗସ୍ତ ନେଇ କିଛି ଲୁଚାଉଥିବା ନେଇ ସନ୍ଦେହ ହେଉଛି । ଅପରପକ୍ଷେ ପୈାର ଓ ପଞ୍ଚାୟତ ନିର୍ବାଚନରୁ ଦୂରରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ବିଜେପି ନେତା ଭେଟିବା ପରେ ବି ଧର୍ମେନ୍ଦ୍ର କ’ଣ ଆଲୋଚନା ହେଲା, କାହିଁକି ରାଜ୍ୟର ନେତାମାନେ ଦିଲ୍ଲୀ ଯାଇଛନ୍ତି ସେନେଇ କିଛି ବି କହିନାହାନ୍ତି ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ଏବେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେଣୁ ତାଙ୍କୁ ଭେଟିବାକୁ ବିଧାୟକମାନେ ଦିଲ୍ଲୀ ଯାଇଥିଲେ । ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରମୁଖ ଭୂମିକା ଥିବାରୁ ଏନେଇ ରାଷ୍ଟ୍ରୀୟ ନେତୃତ୍ୱ କିଛି ନିଷ୍ପତ୍ତି ନେବାକୁ କହିଛନ୍ତି । ସେହିପରି ବିଧାୟକମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଓଡ଼ିଶା ଆସିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମିଳିତ ଭାବେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!