ବୁଚା -: ୟୁକ୍ରେନ୍ର ଅନ୍ୟ ଅଞ୍ଚଳରେ ଆକ୍ରମଣ କରିବା ପାଇଁ କ୍ରେମ୍ଲିନ୍ ସୈନିକମାନେ କିବ୍ ଅଞ୍ଚଳରୁ ଚାଲିଯିବା ପରେ କିବ୍ ନିକଟବର୍ତ୍ତୀ ନଗରୀମାନଙ୍କରେ ବହୁସଂଖ୍ୟକ ଶବ ଏଣେତେଣେ ପଡ଼ିଥିବା ଦେଖି ୟୁକ୍ରେନୀୟ ସରକାରୀ କର୍ତ୍ତୃୃପକ୍ଷମାନେ ରୁଷ୍ ଯୁଦ୍ଧ ଅପରାଧ କରିଥିବା ସଂକ୍ରାନ୍ତରେ ଦତନ୍ତ ଚଳାଇଛନ୍ତି ।
ସେଥିରୁ ବନ୍ଧାଯାଇ ଅତି ନିକଟରୁ ଗୁଳି ମରାଯାଇଥିବା କେତେକ ଶବ ମଧ୍ୟ ମଳିଛି । କିବ୍ ସିଟି ସେଣ୍ଟର ଉତ୍ତରପଶ୍ଚିମକୁ ୩୭ କିଲୋମିର୍ଟ ଦୂର ବୁଚା ନଗରୀରେ ଗୋଟାଏ ରାସ୍ତାକଡ଼ରେ ଜଣେ ଲୋକର ଶବ ପଡ଼ିଥିବା ‘ରଏଟର୍ସ’ର ସାମ୍ବାଦିକମାନେ ଦେଖିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ହାତକୁ ପଛଆଡୁଆ ବନ୍ଧାଯାଇ ତାଙ୍କ ମୁଣ୍ଡରେ ଗୁଳି ମରାଯାଇଛି ।
ବୁଚାର ଡେପୁଟି ମେର୍ୟ ତାରାସ୍ ଶାପ୍ରାଭ୍ସ୍କି କହିଛନ୍ତି, ଗତ ସପ୍ତାହ ଶେଷ ଆଡ଼କୁ ସହରରୁ ରୁଷୀୟ ସେନା ଅପସରିଯିବା ପରେ ମିଳିଥିବା ପ୍ରାୟ ୩୦୦ ଶବ ମିଳିଛି । ସେଥିରେ ରହିଛି ରୁଷୀୟ ସେନାର ନିର୍ବିଚାର ହତ୍ୟାର ଶିକାର ହୋଇଥିବା ୫୦ଜଣ ବ୍ୟକ୍ତିଙ୍କ ଶବ ।
ଏ ସଂକ୍ରାନ୍ତରେ ରବିବାର ଦିନ ଦେଇଥିବା ବିବୃତିରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ବୁଚାରେ ରୁଷୀୟ ସେନା ଅପରାଧ କରିଛନ୍ତି ବୋଲି ଅଭିଯୋଗ କରି ୟୁକ୍ରେନୀୟ କର୍ତ୍ତୃପକ୍ଷମାନେ ପ୍ରକାଶ କରିଥିବା ସମସ୍ତ ଫଟୋ ଓ ଭିଡିଓ କ୍ରୋଧ ଉଦ୍ରେକକାରୀ । ବୁଚାର କୈାଣସି ବାସିନ୍ଦା ରୁଷୀୟ ସେନାଦ୍ୱାରା ନିର୍ଯାତନା ପାଇ ନାହାନ୍ତି ।
Discover more from bnslive.in
Subscribe to get the latest posts sent to your email.