ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି, ବି.ଏମ୍‌.ସିକୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି । ଆଗେ ଥଇଥାନ ଏବଂ ପରେ ଉଚ୍ଛେଦ ହେବା କଥା, ମାତ୍ର ଏଠି ବିପରୀତ କଥା ଦେଖିବାକୁ ମିଳିଛି ।

Advertisement

କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ବିଏମ୍‌ସିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଚିଠି ଲେଖିଛନ୍ତି । କ୍ଷତିପୂରଣ ସହ ୭ ଦିନରେ ବ୍ୟବସାୟ ଉପଯୋଗୀ ଜାଗା ଯୋଗାଇ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ମାର୍କେଟ କଂପ୍ଲେକ୍ସ ତିଆରି ହେଲେ କ୍ଷତିଗ୍ରସ୍ତ ୪୩୦ ଦୋକାନୀଙ୍କୁ ପ୍ରଥମେ ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

watch now (subscribe your chanel)

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । କିଛି ନୋଟିସ ନ ଦେଇ ୮ ତାରିଖ ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଥିଲେ । ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଥିଲା ।

watch now (subscribe your chanel)

ଏଠାରେ ଥିବା ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଇଥିଲା । ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇନଥିଲେ । ଏହାଫଳରେ ଅନେକ ବ୍ୟବସାୟୀଙ୍କର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲା । ଘଟଣା ସଂପର୍କରେ ଖବର ପାଇ ଗତ ପୈାର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ । ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଥିଲେ । ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଥିଲେ ।

watch now (subscribe your chanel)
Advertisement

Leave a Reply

Your email address will not be published. Required fields are marked *

error: Content is protected !!