ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାରଙ୍କ ନୂଆ ଉପହାର …

ଭୁବନେଶ୍ୱର -: ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାର ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisement

ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ୱ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ସେହିପରି ଦରମା ଓ ଅନ୍ୟାନ୍ୟ ସୁବିଧା ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିସନ ନିୟମ ଅନୁସାରେ ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆବର୍ଷ ୨୦୨୨ରେ ନୂଆ ଦାୟିତ୍ୱ ଦେଇଥିଲେ ।

ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ପଦରୁ ଅବ୍ୟାହତି ନେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ସଂପର୍କିତ ରାଜ୍ୟ ଟାକ୍ସଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଅଭୟ ନୂଆବର୍ଷରେ ନୂତନ ଦାୟିତ୍ୱ ସହ ପରବର୍ତ୍ତୀ କର୍ମଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଅଭୟଙ୍କଠାରୁ ସୁନୀଲ କୁମାର ବଂଶଲ ପୁଲିସ୍ ଡିଜି ଦାୟିତ୍ୱ ଗ୍ରହଣ କରିଥିଲେ । କଟକସ୍ଥିତ ଡିଜିପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମାରୋହରେ ସେ ଡିଜିପି ଅଭୟଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!