ଢେଙ୍କାନାଳ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା …

ଢେଙ୍କାନାଳ /ଭୁବନ -: ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ ଟ୍ରକ । ଘଟଣାସ୍ଥଳରେ ଦଶଚକିଆ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଥିବା ପୋଖରୀ କଡ଼ରେ ଘଟିଛି ଦୁର୍ଘଟଣା ।

ଟିପିଲେଇ ଛକ ନିକଟବର୍ତ୍ତି ରାସ୍ତା କଡ଼ରେ ଥିବା ଏକ ପୋଖରୀ ନିକଟରେ ଟିପର(ଓଆ୧ର୍୪ଆ୭ର୍୭୮୧) ଛିଡ଼ା ହୋଇଥିଲା । ଏହି ଟିପର ପଛପଟୁ ଓଡି-୩୫-ଡି-୪୨୧୭ ନମ୍ବର ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା । ଏହାଫଳରେ ଦଶଚକିଆର ଡ୍ରାଇଭର ଗୁରୁତର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ଭୁବନ ଦମକଳ ବାହିନୀ ପହଞ୍ଚି ଏକ ଜେସିବି ସାହାଯ୍ୟରେ ଟ୍ରକକୁ ଅଲଗା କରାଯାଇଥିଲା । ଏହାପରେ ଟ୍ରକରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ଅଣାଯାଇଛି । ତେବେ ଖବର ସଂଗ୍ରହ ସୁଦ୍ଧା ଭୁବନ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି । ଭୁବନ ଡାକ୍ତରଖାନାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ମୃତ ଡ୍ରାଇଭର କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା କଅଁରପୁର ଗ୍ରାମର ଦେବରାଜ ମଲ୍ଲିକଙ୍କ ପୁଅ ନବକିଶୋର ମଲ୍ଲିକ (୩୫) ବୋଲି ଜଣାପଡ଼ିଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!