ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ : କେଜ୍ରିୱାଲ, ବିଜେପି ଭୟଭିତ କି ସେଥିପାଇଁ ନେଲା ଏଭଳି ନିଷ୍ପତ୍ତି ?


ନୂଆଦିଲ୍ଲୀ -: ପଞ୍ଜାବରେ ସରକାର ଗଠନ କରିବାରେ ସଫଳ ହେବା ପରେ ଏବେ ଗୁଜୁରାଟ ଉପରେ ନଜର ପକାଇଛନ୍ତି ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ବିରୋଧୀ ମନ୍ତବ୍ୟ ଦେଇ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Advertisement

ରବିବାର ଦିନ ଗୁଜୁରାଟର ଭାରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ ଦେଇ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ସୁଯୋଗ ଦେବାକୁ କହିଛନ୍ତି । ମୁଁ ଗୁଜୁରାଟର ୬.୫ କୋଟି ଲୋକଙ୍କୁ କହିବାକୁ ଚାହେଁ ଯେ, ଚାଲନ୍ତୁ ମିଳିମିଶି ବିଜେପିର ଅହଂକାର ଭାଙ୍ଗିବା । ଆମକୁ ଗୋଟିଏ ସୁଯୋଗ ଦିଅନ୍ତୁ । ଯଦି ଆପଣ ଆମ ସରକାରକୁ ପସନ୍ଦ କରିବେ ନାହିଁ ବା ସରକାର ଆପଣଙ୍କ ପାଇଁ କାମ କରିବେ ନାହିଁ ତେବେ ପରବର୍ତ୍ତୀ ନିର୍ବାଚନରେ ଆପଣ ମୋତେ କ୍ଷମତାଚ୍ୟୁତ କରିଦେବେ । ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ ବ୍ୟକ୍ତି ଅଟେ । ଏହି ଲୋକମାନେ ମୋ ବିରୋଧରେ ଅନେକ ଅନୁସନ୍ଧାନ କରିଥିଲେ ବି ଏମାନଙ୍କୁ କିଛି ମିଳିନାହିଁ ବୋଲି କହିଛନ୍ତି କେଜ୍ରିୱାଲ ।

ସେ ଆହୁରି କହିଛନ୍ତି ଯେ, ଗୁଜୁରାଟରେ ଶୀଘ୍ର ନିର୍ବାଚନ ହେବ ବୋଲି ମୁଁ ଶୁଣିବାକୁ ପାଇଛି । ଆମ୍ ଆଦମୀ ପାର୍ଟିକୁ ବିଜେପି ଡରିଗଲା କି? ସେମାନେ ଆମକୁ ପ୍ରଚାର ପାଇଁ ସମୟ ଦେବାକୁ ଚାହାଁନ୍ତି ନାହିଁ । ସେମାନେ ଜାଣିସାରିଛନ୍ତି ଯେ, ଆମକୁ ଅଧିକ ସମୟ ମିଳିଲେ ଆମେ ନିଶ୍ଚିତ ବିଜେପି ଗଡ଼ରେ ସଂଖ୍ୟାଗରିଷ୍ଠତା ହାସଲ କରିବୁ । କିନ୍ତୁ ଭଗବାନ ଆମ ସହିତ ଅଛନ୍ତି । ତୁମେ ବର୍ତ୍ତମାନ କିମ୍ବା ୬ ମାସ ପରେ ନିର୍ବାଚନ କଲେ ବି ଆମେ ହିଁ ଜିତିବୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!