ବିବାଦରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ, ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଏବେ କ’ଣ ହେଉଛି ଆସନ୍ତୁ ଜାଣିବା …

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆଜି ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ବିବାଦ ଉପୁଜି ଥିବା ବେଳେ ଆଜି ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସ ସବ ରେଜିଷ୍ଟର ଅଫିସରେ ପହଂଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି ।

Advertisement

ଦିବଂଗତ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଦେଉଳିଗ୍ରାମେଶ୍ୱର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ଦୀର୍ଘ ଦିନ ହେବ ଭଲ ପାଇ ଆସୁଥିଲେ । ମାତ୍ର ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ସୋମାଲିକା ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କରଙ୍କ ନାମରେ ସୋମାଲିକା ଜଗତସିଂହପୁର ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଆଜି ଏହି ଘଟଣାକୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଓ ସୋମାଲିକା ସେମାନଙ୍କର ଓକିଲଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଁଚି ବିବାହ ପାଇଁ ଆବେଦନ କରିଥିବା କହିଛନ୍ତି । ବିଜୟ ଶଙ୍କରଙ୍କ ମାଆ ଙ୍କ ଦେହ ଭଲ ନଥିବାରୁ ସେ କିଛି କହିବାକୁ ମନା କରିଥିବା ବେଳେ ବିବାହ ଆବେଦନକୁ ନେଇ ସୋମାଲିକା ଖୁସି ଥିବା କହିଛନ୍ତି । ଉଭୟ ସହମତିରେ ବିବାହ କରିବାକୁ ଯାଉଛନ୍ତି ନା ଚାପ ବଢିବା ଫଳରେ ବିଧାୟକ ରାଜି ତାହା ସମୟ କହିବ ।

ସୂଚନାଯୋଗ୍ୟ, ୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା । ଫଳରେ ଖାଲି ପଡ଼ିଥିବା ତିର୍ତ୍ତୋଲ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ୱର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା । ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!