କୁକୁରଙ୍କ ଗ୍ୟାଙ୍ଗ ଭିତରେ ଫସିଗଲା ବହାଦୁର ମୂଷା, ଆଉ ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ଜୈବ ବିବିଧତାରେ ଏକ ଖାଦ୍ୟ ଶୃଙ୍ଖଳ ଅଛି । ଅର୍ଥାତ ଏଠି ବିଲେଇ ମୂଷାକୁ ଖାଏ, ମୂଷା ଆଉ ଏକ ଜୀବକୁ ଖାଏ । ଏମିତିରେ ପୁରା ଚେନ କାର୍ଯ୍ୟ କରିଥାଏ । ଆଉ ଏହା ଜରିଆରେ ହିଁ ପୁରା ଜୀବନ ଅତିବାହିତ ହୋଇଥାଏ । କିନ୍ତୁ କିଛି ଥର ଏମିତି ଦେଖାଦିଏ କି ଲୋକେ ଏହି କଥାକୁ ଭୁଲିଯାଆନ୍ତି । ବିଲେଇ ମାନଙ୍କୁ ମୂଷା ଖାଇବା ଏତେ ପସନ୍ଦ ଯେ ତାଙ୍କୁ ଖାଇବାକୁ ଘଣ୍ଟା ଘଂଟା ଧରି ଅପେକ୍ଷା କରି ରହିଥାନ୍ତି । ଯେମିତି ପିଜା ଭଳି ହୋଇଥାଏ । କିନ୍ତୁ କୁକୁର ମାନେ ମୂଷାଙ୍କ ଉପରେ ସେତେଟା ନଜର ଦିଅନ୍ତି ନାହିଁ ।

Advertisement

କିନ୍ତୁ ଯଦିବା ହୁଏ ତେବେ ଖୁବ କମ ଏମିତି ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଆମେରିକାରେ କିଛି ବି ହୋଇପାରେ । ଏହାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ମୂଷାକୁ କେତେ ଗୁଡିଏ କୁକୁର ଘେରି ରହିଥିବା ଓ ତାଙ୍କ ଉପରେ ଆକ୍ରମଣ କରୁଥିବା ଦେଖାଦେଇଛି । କିନ୍ତୁ ଯେମିତି ହିଁ ସେମାନେ ଆକ୍ରମଣ କରନ୍ତି ସେଠାକୁ କିଛି ଲୋକ ଆସିଯାଉଛନ୍ତି ଆଉ ଝପଟ କିନା ମୂଷା ଟିକୁ ଉଠାଇ ନେଉଛନ୍ତି ।

ଏହି ଭିଡିଓଟି ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି । ଘଟଣାଟି ପ୍ରକୃତରେ ନ୍ୟୁଆର୍କରେ ଘଟିଛି । ସେଠାକାର ଏକ ପାର୍କରେ ମୂଷା ପାର୍କରେ ଦୌଡୁଥିବା ନଜର ଆସିଛି । ଆଉ କିଛି କୁକୁର ତା ପଛେ ପଛେ ଧାଉଁଛନ୍ତି । ଆଉ ସେମାନେ ତା ଉପରେ ମୌକା ଦେଖି ଆକ୍ରମଣ କରିଦେଉଛନ୍ତି । ଏମିତିକି ଏମାନଙ୍କ ଭିତରୁ ଗୋଟିଏ କୁକୁର ନିଜ ମୁହଁ ଭିତରେ ମୂଷାଟିକୁ ଭର୍ତ୍ତି କରିଦେଉଛି । ଆଉ ଯଦି କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ହୁଏତ ତାକୁ ସେଇଠି ହିଁ ଶେଷ କରି ଦେଇଥାନ୍ତା । କହିରଖିବା ଉଚିତ ହେବକି ୧୩ ସେକେଣ୍ଡର ଏହି ଭିଡିଓ ଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ।

ଲୋକେ ଏହି ଭିଡିଓ ଟିକୁ ଦେଖି ଭିନ୍ନ ଭିନ୍ନ ଋଆକ୍ସନ ଦେଉଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତିକି ଲୋକମାନେ କୁକୁରଙ୍କ ଦାଉରୁ କାହିଁକି ମୂଷାକୁ ଛଡେଇବାକୁ ଚେଷ୍ଟା କରୁଛନ୍ତି ତାହା ସେ ବୁଝିପାରୁ ନାହାନ୍ତି । ଯେବେକି ଅନ୍ୟ ଜଣେ ଲେଖିଛନ୍ତିକି ମୂଷା ମାନଙ୍କ ପାର୍କରେ କୁକୁର କଣ କରୁଛି ତାହା ସେ ଜାଣି ପାରୁନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!