ହାତୀ ମାରୁଛି ହେଡ୍ ଷ୍ଟଣ୍ଟ, ଭିଡିଓ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ

ଆପଣ ନିଶ୍ଚିତ ରୂପେ କେବେ ନା କେବେ ହାତୀ ହେଡ଼ ଷ୍ଟଣ୍ଟ କରୁଥିବାର ଦେଖିଥିବେ । ସେ ସର୍କରସରେ ହେଉ ଅବା ସିନେମା ହେଉ ହାତୀର ଷ୍ଟଣ୍ଟ ଦେଖିବାକୁ ଖୁବ ମଜା ଲାଗେ । ଠିକ ଏମିତି ଏକ ଭିଡିଓ କ୍ଲିପ ଟିକୁ ଏକ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି । ଆପଣଙ୍କୁ ଏହି ଭିଡିଓ କ୍ଲିପ ଟି ଖୁବ ମଜା ଦେବା ସହ ମନୋରଞ୍ଜନ ବି ଦେବ ।

Advertisement

ଭିଡିଓ ଟିରେ ଆପଣ ଦେଖୀପାରିବେ ହାତୀଟି କେମିତି ଖୁବ ମଜାର ସହ ମୁଣ୍ଡକୁ ତଳକୁ ଆଉ ବାକି ଶରୀରକୁ ଉପରକୁ କରି ହେଡ଼ ଷ୍ଟଣ୍ଟ କରୁଛି । ଆଉ ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଏକ ପାଇପ ଲଗାଇ ତାକୁ ସଫା କରି ଧୋଇ ଦେଉଛନ୍ତି । ହାତୀ ଟିକୁ ଏମିତି କରିଥିବାର ଯିଏ ବି ଦେଖୁଛନ୍ତି ହସି ହସି ଗଡ଼ି ଯାଉଛନ୍ତି | ଆଉ କିଛି ଜଣ ତ ଏମିତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତିଯେ ନିଜ ମଥାକୁ ଧରି ବସି ଯାଉଛନ୍ତି । ଇଣ୍ଟରନେଟରେ ଏହି ଭିଡିଓଟି ପୋଷ୍ଟ ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚ ବେଶ ଜୋର ଧରିଛି ।

ଭିଡିଓଟିକୁ MorissaSchwatz ନାମକ ଜଣେ ବ୍ୟକ୍ତି ଜୁନ 1 ତାରିଖରେ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ମୋତେ ଜଣା ନଥିଲା କି ହାତୀ ମାନେ ବି ଏମିତି କରିପାରନ୍ତି….।” ଏହି ଭିଡିଓ କ୍ଲିପଟି ମାତ୍ର 7 ସେକେଣ୍ଡର ହୋଇଥିବା ବେଳେ ମାତ୍ର କିଛି କ୍ଷଣ ଭିତରେ ଆପଣ ଏକ ବିଶାଳକାୟ ହାତୀକୁ ହେଡ଼ ଷ୍ଟଣ୍ଟ କରୁଥିବାର ଦେଖିପାରିବେ । ଏହା ସହିତ ମଜା ବି ନେଇପାରିବେ । ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ମଜା ଦେବା ସହ ମନୋରଞ୍ଜନ କରିପାରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!