ଜୁନ୍ ୮ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଅତୀତ ସ୍ମୃତି ତାଜା ହେବ । ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ । ଘରକୁ ବନ୍ଧୁଙ୍କ ଆଗମନ ହେବ । ‌

Advertisement

ବୃଷ: ପାରିବାରିକ ଦାୟିତ୍ୱ ସଂପୂର୍ଣ୍ଣ କରିବେ । ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ । ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀ ସହିତ ଯୋଡ଼ିହେବା ପାଇଁ ବିଚାର କରିବେ । ‌

ମିଥୁନ: କାନ୍ଧକୁ ନୂଆ ଦାୟିତ୍ୱ ଆସିପାରେ । ସାମାଜିକ ପରିସର ବୃଦ୍ଧି ପାଇବ । ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ ।

କର୍କଟ: କୌଣସି ମାମଲା ନେଇ ଆପଣ ଭାବପ୍ରବଣ ରହିବେ । ସହକର୍ମୀମାନେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ବେପାରରେ ଧନଲାଭ ହେବ । ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ ।‌

ସିଂହ: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ ।

କନ୍ୟା: ଆପଣଙ୍କର ସବୁ ସମସ୍ୟା ଦୂର ହେବ । କିଛି ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ । କାର୍ଯ୍ୟକ୍ଷେତ୍ରରେ କରୁଥିବା ଚେଷ୍ଟାରେ ସଫଳ ହେବେ । ବିବାହିତଙ୍କ ସ୍ଥିତି ଭଲ ରହିବ ।

ତୁଳା: ମନ ଭିତରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ । ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ । ଜୀବନରେ ଲାଭର ଅବସର ପାଇବେ । ପାରିବାରିକ ଜୀବନକୁ ଖୁସି ଆସିବ ।

ବିଛା: ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ପରିଶ୍ରମର ପୂରା ଫଳ ଆପଣଙ୍କୁ ମିଳିନପାରେ । ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ ।

ଧନୁ: ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ । କ୍ୟାରିୟରର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ଜୀବନସାଥୀଙ୍କ ସହ ସମ୍ବନ୍ଧ ପ୍ରଗାଢ଼ ହେବ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ।

ମକର: ନିଜର ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ପଇସା ଦିଆ-ନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ପରିବାରରେ ସୁଖ ସମୃଦ୍ଧି ବଢ଼ିବ ।

କୁମ୍ଭ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ । ଘର କାମରେ ବ୍ୟସ୍ତ ରହିବା ଯୋଗୁଁ ଅଫିସ ଯିବାରେ ବିଳମ୍ବ ହେବ । ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଲୋକେ ଭଲ ପ୍ରଦର୍ଶନ କରିବେ ।

ମୀନ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ନିଜ ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି । ବେପାରରେ ଲାଭ ମିଳିବାର ସମ୍ଭାବନା ଅଛି । ଜୀବନସାଥୀଙ୍କୁ ଉପହାର ଦେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!