ଆପଣ ବାଟରେ ଗଲାବେଳେ କାଉ ଦେଖୁଛନ୍ତି କି ? ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର : ଶୁଭ ଓ ଅଶୁଭ

ଜ୍ୟୋତିଷ ଶାସ୍ତ୍ରରେ କୁଆକୁ ଏକ ପକ୍ଷୀ ଭାବେ ଦେଖାଯାଇଥାଏ । ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ କୁଆଙ୍କ ଠାରୁ ମଧ୍ୟ ଜଣା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ, କୁଆକୁ ଯମ ଦୂତ ବୋଲି କୁହାଯାଇଥାଏ । କୁଆଙ୍କ ଠାରୁ ମଧ୍ୟ ନିଜ ଭବିଷ୍ୟତ ସମ୍ପର୍କରେ ଶକୁନ ମିଳିଥାଏ । କୁଆଙ୍କୁ ଅଧିକ ସଂଖ୍ୟାରେ ରୁଣ୍ଡ ହୋଇ ପାଣି ପିଉଥିବାର ଦେଖିଲେ କିଛି ଶୁଭ ଓ ଅଶୁଭ ସଂକେତ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ସ୍ଥିତିରେ କୁଆଙ୍କୁ ଦେଖିଲେ ଶୁଭ କିମ୍ବା ଅଶୁଭ ହୋଇଥାଏ ।

Advertisement

୧. ଉତ୍ତର କିମ୍ବା ପୂର୍ବ ଦିଗରେ କୁଆଙ୍କ ଆବାଜ ଆସିବା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଦ୍ୱିପ୍ରହର ସମୟରେ ଆପଣଙ୍କୁ ଉତ୍ତର କିମ୍ବା ପୂର୍ବ ଦିଗରୁ କୁଆ ଆବାଜ ଆସିଥାଏ, ତେବେ ଏଥିରୁ ସ୍ତ୍ରୀ ସୁଖର ସଂକେତ ମନାଯାଇଥାଏ ।

୨. ଆପଣଙ୍କ ଉପରେ କୁଆ ମଳ ପଡ଼ିଲେ

ମାନ୍ୟତା ଅନୁସାରେ ଯଦି ଆପଣଙ୍କ ଉପରେ କୌଣସି କୁଆ ମଳ ତ୍ୟାଗ କରିବାର ଦେଖାଯାଏ, ତେବେ ଏହାକୁ ଆର୍ଥିକହାନିର ସଂକେତ କୁହାଯାଇଥାଏ । ଏମିତି ହେଲେ ଆପଣ ଶାରିରୀକ ଓ ମାନସିକ ପୀଡାର ସାମନା କରିବାକୁ ପଡିପାରେ ।

୩. କୁଆର ସ୍ପର୍ଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ସମୟରେ ଯଦି କୁଆ ଉଡିଯିବା ସମୟରେ ଶରୀରର କୌଣସି ଅଙ୍ଗ ଛୁଇଁଯାଏ,ତେବେ ଏହାକୁ ବହୁତ ଶୁଭ ସଂକେତ କୁହାଯାଇଥାଏ । ଏହାର ଅର୍ଥ ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ । ସେହିପରି କୁଆ ମୁଣ୍ଡ ଛୁଇଁଲେ ଅଶୁଭ କୁହାଯାଇଥାଏ ।

୪. ପାଣି ପିଉଥିବା ବେଳେ କୁଆ ଦେଖିଲେ

କୌଣସି କାମ ପାଇଁ ବାହାରକୁ ଯିବା ବେଳେ ଯଦି ଆପଣ କୁଆକୁ ପାଣି ପିଉଥିବାର ଦେଖିବେ, ତେବେ ବୁଝିନେବେ ଯେ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ।

୫. କୁଆ ମେଳି ହେବାର ଦେଖାଯିବା

ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଯଦି କେଉଁ ବ୍ୟକ୍ତି କୁଆର ମେଳି ଦେଖନ୍ତି ତେବେ ଏହା ଖରାପ ଶକୁନ ମନାଯାଇଥାଏ । ଅର୍ଥାତ ନିକଟ ଭବିଷ୍ୟତରେ ଆପଣଙ୍କୁ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ଘର ଛାତ ଉପରେ ଯଦି କୁଆ ମେଳି ହୋଇ ଶବ୍ଦ କୁଥିବାର ଦେଖନ୍ତି,ତେବେ ଘରର ମୁଖିଆଙ୍କୁ କିଛି ଅସୁବିଧା ପଡିପାରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!