ଜାନକୀ ହତ୍ୟାକାଣ୍ଡର ଫିଟିଲା ଗୁମର, କାହିଁକି ହତ୍ୟା କରିଥିଲା ଦାମୋଦର ଜାଣିଲେ ଆପଣଙ୍କ ହୋସ ଉଡିଯିବ

କୋରାପୁଟ -: ବିବାହକୁ ୮ ବର୍ଷ ହୋଇଥିଲେ ବି ସନ୍ତାନଟିଏ ପାଇ ପାରୁ ନ ଥିଲେ ଦାମୋଦର। ଯୁଆଡେ ଗଲେ ଟାହିଟାପରା ଶୁଣିବାକୁ ମିଳୁଥିଲା। ମୁଖ୍ୟତଃ ଛୋଟାଗୁଡା ଗାଁର ସାହିବାସିନ୍ଧା ଦାମ‌ୋଦରଙ୍କୁ ଟାହିଟାପରା କରୁଥିଲେ। ଏଥିରେ ଅତିଷ୍ଟ ହୋଇ ଦାମୋଦର ଦ୍ବିତୀୟ ବିବାହ ପାଇଁ ମନସ୍ଥ କରିଥିଲା। ବୁଧବାର ସକାଳୁ ବାଟରୁ ହଟାଇବାକୁ ମନସ୍ଥ କରି ତାକୁ ଗଳାକାଟି ହତ୍ୟା କରିଥିବା ପୁଲିସ ନିକଟରେ ମାନିଛି। ଆଜି ଛୋଟଗୁଡ଼ା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। କୋରାପୁଟ ସଦର ଥାନା ଛୋଟାଗୁଡା ଗ୍ରାମରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା ସତ୍ୟ ଉନ୍ମୋଚନ କରିଛି ପୁଲିସ ।

Advertisement

ସ୍ତ୍ରୀ  ଜାନକୀ ଦାମୀଙ୍କୁ ବେକ କାଟି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ସ୍ବାମୀ ଡମ୍ବୁରଧର ଦାମୀକୁ ସଦର ଥାନା ପୁଲିସ ଗିରଫ କରିଛି। ଆଜି ଏଡିପିଓ ମନୋଜ ପୂଜାରୀ, ଆଇଆଇସି କିରଣ ସାମଲ, ଏକ ସାମ୍ବାଦିକ ସମ୍ମିଳନି କରି ସୂଚନା ଦେଇଛନ୍ତି। ବିବାହର ୮ ବର୍ଷ ପରେ ଦାମୋଦର ୨ୟ  ବିବାହ କରିବାକୁ ଚାହୁଁଥୁବାବେଳେ ଘଟଣାକୁ ସ୍ତ୍ରୀ ବିରୋଧ କରୁଥୁବାରୁ ଘରେ ଅଶାନ୍ତି ସୃଷ୍ଟି ହେଉଥୁଲା। ଏଣୁ ୨ୟ ବିବାହ ପାଇଁ  ପ୍ରତିବନ୍ଧକ ସାଜୁଥୁବା  ସ୍ତ୍ରୀକୁ ହତ୍ୟା କରିଥିବା ଜେରା ବେଳେ ସ୍ବୀକାର କରିଥିବା କୋରାପୁଟ ଏସଡିପିଓ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।କୋରାପୁଟ ସଦରଥାନା ଅନ୍ତର୍ଗତ ଛୋଟାଗୁଡା ଗାଁରେ ଗତକାଲି ଘଟିଥିଲା ଅଭାବନୀୟ ଘଟଣା ।

ଘର ଭିତରରେ ବେକ କଟା ଅବସ୍ଥାରେ ପଡି ରହିଥିଲା ଜାନକୀ ମୁଦୁଲିଙ୍କ ମୃତଦେହ । ପାରିବାରିକ କଳହରୁ ସ୍ୱାମୀ ହତ୍ୟା କରିଥିବା ସନ୍ଦେହରେ ସଦର ପୁଲିସ ଜଣଙ୍କୁ ଅଟକ ରଖାଯାଇଥିଲା। ମିଳିଥିବା ସୂଚନା ମୁତାବକ ଆଜିସ କାଳ ପ୍ରାୟ ୬ଟାବେଳେ ଦାମୋଦର ଶୌଚ ପାଇଁ ନଦୀକୁ ଯାଇଥିଲା । ଫେରିଲାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ଘରେ ପଡିଥିବା ଦେଖିଥିଲେ ଓ ପାଖରେ ଏକ ପରିବାକଟା ଛୋଟ ଛୁରିଟିଏ ମଧ୍ୟ ପଡିଥିଲା । ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରି ଦାମୋଦରଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲାବେଳେ ଆଜି ଗରିଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!