
ପାରାଦ୍ବୀପ -: ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ପ୍ରେମିକର ନିର୍ବନ୍ଧ ଖବର ପାଇ ଧାରଣାରେ ପ୍ରେମିକା। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। କିନ୍ତୁ ଏବେ ନିର୍ବନ୍ଧ ଖବର ପାଇବା ପରେ ପ୍ରେମିକା ରାତି ଚାରିଟାରୁ ପ୍ରେମିକ ଘରକୁ ଆସି ଧାରଣା ଦେଇଛି।
Advertisement
ପାରାଦ୍ବୀପ ଗୋପିଆକୁଦ ପଞ୍ଚାୟତର ନୂଆ ବାଲିସାହି ଗାଁରେ ଏଭଳି ଘଟଣା ଘଟିଛି। ନୂଆ ବାଲିସାହି ଗାଁର ଜୀବନ ମହାରଣା କାବୁଲପୁର ଗାଁର ଜଣେ ଝିଅକୁ ତିନିବର୍ଷ ଧରି ଭଲ ପାଉଥିଲା। ଏହା ସହିତ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହି ବିଭିନ୍ନ ସ୍ଥାନକୁ ନେଇ ବୁଲାଇଥିଲା। ଆଜି ଜୀବନର ନିର୍ବନ୍ଧ ହେଉଥିବା ଖବର ପାଇ ପ୍ରେମିକ ଘରକୁ ଆସି ଏହାର ପ୍ରତିବାଦ କରିଥିଲା। ଧାରଣା ପରେ କୁଜଙ୍ଗ ପୋଲିସ ପୁଅକୁ ଥାନାକୁ ଡାକିବା ସହ ଝିଅକୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା ଆରମ୍ଭ କରିଛି।
Advertisement