ଗଙ୍ଗେଇ ବିଦ୍ୟାଳୟ ତରଫରୁ ବନମହୋତ୍ସବ ପାଳିତ

ବରଗଡ(ନିରଞ୍ଜନ ତ୍ରିପାଠୀ) -:

Advertisement
ସାତଦିନ ବ୍ଯାପି ବିଭିନ୍ନ କାର୍ଯ୍ଯକଳାପକୁ ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇରେ ପାଳିତ ହୋଇଥିବା ବନମହୋତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଅନ୍ତିମ ଦିନ ବୃକ୍ଷ ରୋପଣ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ଯଅତିଥି ଭାବେ ଶ୍ରୀମାନ ଗଜେନ୍ଦ୍ର ଦାସ ସରପଞ୍ଚ ପ୍ରତିନିଧି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ଯା ଶ୍ରୀମତୀ ଦୀପାଞ୍ଜଳୀ ଭୁଏ, ଫରେଷ୍ଟର ଲବ ସାହୁ, ବନରକ୍ଷୀ ବସନ୍ତ ବାଗ ଯୋଗ ଦେଇଥିଲେ ।

ଏହି ଅବସରରେ ଉତ୍ତମ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ହୀରାଧର ସାହୁଙ୍କୁ ବିଦ୍ୟାଳୟ ତରଫରୁ ସବୁଜ ବିପ୍ଲବୀ ଭାବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ଯକ୍ରମ ଆରମ୍ଭରେ ବିଦ୍ୟାଳୟର ଅଭିଭାବକ, ଅଭିଭାବିକା, ଶିକ୍ଷକ,ଅତିଥି ଏକ ସଚେତନତା ରେଲି କରିଥିବା ବେଳେ ଗଙ୍ଗେଇ ଛକଠାରୁ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ଶତାଧିକ ମହିଳା ସାମିଲ ହୋଇ ସମସ୍ତେ ଗୋଟିଏ ଲେଖାଁଏ ଚାରା ରୋପଣ କରିଥିଲେ । ଆଦର୍ଶ ବିଦ୍ୟାଳୟରେ ଏ ବର୍ଷ ନାମ ଲେଖାଇଥିବା ତୁଷାର, ଡିଲେଶ୍ବର, କରିଶ୍ମା ଓ ଲଲିତାକୁ ମଧ୍ଯ ସମ୍ମାନୀତ କରାଯାଇଥିଲା ।

ଏହା ସହ ସପ୍ତାହ ସାରା ଅନୁଷ୍ଠିତ ହୋଇଥିବା କୁଇଜ୍, ଚିତ୍ରାଙ୍କନ, ବକ୍ତୃତା, ପୋଷ୍ଟର ପ୍ରତିଯୋଗିତା, ପ୍ଲାଷ୍ଟିକ ବୋତଲରେ ଗଛ ତିଆରି ଆଦି ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ଟ୍ରଫି ସହ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଆଦର୍ଶ ଶିକ୍ଷାର୍ଥୀ ଭାବରେ ପଞ୍ଚମ ଶ୍ରେଣୀର ମାମି ଦୁଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ସାରଥୀ କମଳିନୀ, ଝରଣା, ନାରାୟଣୀ, ରଜନୀ, ରୀତା, ଅଞ୍ଜଳୀ ମୁଖ୍ଯ ଭୂମିକା ନିର୍ବାହ କରିଥିଲେ । ଏହି ମହୋତ୍ସବରେ ବିଦ୍ୟାଳୟ ପରିଚାଳନା କମିଟୀର ଚେୟାରମେନ ଶ୍ରୀଯୁକ୍ତ ଜୟରାମ ଗହୀର ସଭାପତିତ୍ବ କରିଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରୋହିତ କୁମାର ଭୁଏ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତେ ଭୋଜନ ଗ୍ରହଣ କଲାପରେ ବନମହୋତ୍ସବ ଉଦଯାପିତ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!