ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ ପର୍ବ

ପଦ୍ମପୁର( ଆଶୁତୋଷ ପାଣିଗ୍ରାହୀ )-: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନର ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବର୍ଷ ୨୧-୨୨ ମାଟ୍ରିକ ପରୀକ୍ଷାରେ ଶତକଡା ୯୦%ରୁ ଅଧିକ ନମ୍ବର ରଖିଥିବା ୧୭ ଜଣ ଛାତ୍ରଛାତ୍ରୀ ଓ ଗାଇସିଲେଟ ବ୍ଲକର ସରସ୍ଵତୀ ଶିଶୁ ମନ୍ଦିରର ୪ ଜଣ ଛାତ୍ରଛାତ୍ରୀ ଆଜି ପଦ୍ମପୁର ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ହୋଇଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଳ ପ୍ରଦାନ କରାଯାଇଥିଲା । ଏଇ ଅବସରରେ ମୁଖ୍ୟ ଅତିଥି ଭାବେପଦ୍ମପୁର ବି.ଇ.ଓ. କାଳିଚରଣ ଦୁବେ, ମୁଖ୍ୟ ବକ୍ତା ଭାବେ ଡ. ବାଞ୍ଛାନିଧି ପଣ୍ଡା, ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ ଶିକ୍ଷକ ଦ୍ବାଦଶ ପ୍ରଧାନ, ସଂପାଦକ ଜନକ ଲାଳ ମେହେର, ସଭାପତି ପୃଥ୍ୱୀରାଜ ସାହୁ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।କଲ୍ୟାଣୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଜନକଲାଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!