ଅଗଷ୍ଟ ୧୨ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ …

ଆଜି ଅଗଷ୍ଟ ୧୨ ତାରିଖ, ଶୁକ୍ରବାର, କର୍କଟ ୨୭ ଦିନ, ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା ଦି.ଘ.୭.୦୭ମି., ଧନିଷ୍ଠା ନକ୍ଷତ୍ର ରା.ଘ.୨.୦୭ମି., ମକର ଦି.ଘ.୩.୨୦ମି. ।
ପର୍ବପର୍ବାଣି- ଶ୍ରାବଣ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ବଳଦେବ ଜନ୍ମ, ରାକ୍ଷୀ ପୂର୍ଣ୍ଣିମା, ସଂସ୍କୃତ ଦିବସ, ଗଙ୍ଗାଧର ମେହେର ଜୟନ୍ତୀ ।

Advertisement


ମେଷ- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ । ପାରିବାରିକ ଜୀବନରେ ମନୋମାଳନ୍ୟ ରହିବ । ସଂଚିତ ଅର୍ଥ ବ୍ୟୟଯୋଗ ରହିଛି । କର୍ମ କ୍ଷେତ୍ରରେ ଚିନ୍ତିତ ରହିବେ । ବବହାସୟରେ ସହଯୋଗୀମାନେ ଅସହଯୋଗ କରିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ଦର୍ଶନ କରନ୍ତୁ ।


ବୃଷ- ଆଜି ପରିଶ୍ରମ ତୁଳନାରେ ଆୟ କମ୍ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟହେବାର ସମ୍ଭାବନା ରହିଛି । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ନଡିଆ ଅର୍ପଣ କରନ୍ତୁ ।


ମିଥୁନ- ଆଜି ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ବିଶେଷ ଯାତ୍ରାକୁ ବାତିଲ କରନ୍ତୁ । ଅନେକ ଗୁପ୍ତ ଶତ୍ରୁ ମାନସିକ ଆଘାତ ଦେଇ ପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରରେ ୧୧ଟି ବେଳପତ୍ର ଅର୍ପଣ କରନ୍ତୁ ।


କର୍କଟ- ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକମାନଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ । ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଦେବାଧିଦେବ ମହାଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ ।


ସିଂହ- ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବହୁ ଦିଗରୁ ସୁଯୋଗ ଆସିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଗଲେ ମଧ୍ୟ ସୁଖୀ ରହିବେ । ପ୍ରିୟ ବନ୍ଧୁଙ୍କ ସହଯୋଗରେ ଦୂରଯାତ୍ରା ଯୋଗରହିଛ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।


କନ୍ୟା- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଦେହ ଓ ମନ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । ନୂତନ ଯାନବାହାନ କ୍ରୟ ଯୋଗ ଅଛି । ଦିନଟି ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରକୁ ଯାଇ ୧୦୮ ବେଳପତ୍ର ଅର୍ପଣ କରନ୍ତୁ ।


ତୁଳା- ଆଜି ଯେକୌଣସି ସୂତ୍ରରୁ ଧନପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟାଦି କ୍ରୟ ଯୋଗ ରହିଛି । ପାରିବାରିକ ଜୀବନରେ ବ୍ୟସ୍ତତା ଲାଗିରହିବ । ବ୍ୟବସାୟରେ ଲାଭବାନ ହେବେ । ଗୁପ୍ତଶତ୍ରୁ ଉପରେ ବିଜୟୀ ହେବେ । ଦିନଟି ମଙ୍ଗଳମୟ କରିବା ପାଇଁ ମହାଦେବଙ୍କ ପାଖରେ ଦୀପଟିଏ ସମର୍ପଣ କରନ୍ତୁ ।


ବିଚ୍ଛା- ଆଜି ପରିବାରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ହେବେ । ଭୂମି ସମ୍ବନ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ ଅଯଥାରେ ଦୋଷୀ ହେବେ । ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ରହିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ ।


ଧନୁ- ଆଜି ଆପଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ । ଯାନିଯାତ୍ରାରେ ନିଜକୁ ସାମିଲ କରି ଖୁସି ଅନୁଭବ କରିବେ । ବ୍ୟବସାୟରେ ଧନାଗମ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । ବ୍ୟବସାୟରେ ଆଶାନୁରୂପ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ମଧୁରେ ସ୍ନାନ କରାନ୍ତୁ ।


ମକର- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । କୌଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କର ମହାମୃତୁ୍ୟଞ୍ଜୟ ମନ୍ତ୍ର ପାଠ କରନ୍ତୁ ।


କୁମ୍ଭ- ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ଯୋଗ ରହୁଛି । ବ୍ୟବସାୟରେ ଲାଭବାନ ରହିବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଯାନିଯାତ୍ରାରେ ନିଜକୁ ସାମିଲ କରିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷପ୍ରାପ୍ତି ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଉମା ମହେଶ୍ୱରଙ୍କୁ ଧ୍ୟାନ କରନ୍ତୁ ।


ମୀନ- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ରହିଛି । ପାରିବାରିକ ଜୀବନ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ଆଶାନୁରୂପ ଫଳ ମିଳିବ ନାହିଁ । ଦିନଟିକୁ ମଙ୍ଗଳମୟ କରିବାପାଇଁ ମହାଦେବଙ୍କୁ ଜଳାଭିଷେକ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *