ଫେସବୁକରୁ ଉଭାନ୍ ହୋଇଗଲା ଭାସ୍କର ନ୍ୟୁଜ୍ , ବ୍ୟାଡ୍ କଣ୍ଟେଣ୍ଟ ପକାଇବାର ଫଳ କି ?

Contact – Odisha Bhaskar

ଭୁବନେଶ୍ୱର – ଆଜିର ସୋସିଆଲ ମିଡିଆ ଯୁଗରେ ବହୁତ ଚ୍ୟାନେଲ ଖୋଲୁଛି କିଛି ଚ୍ୟାନେଲ ନିଜର ଯାଦୁରେ ଦର୍ଶକଙ୍କ ମନ ଜିଣୁଥିବା ବେଳେ କିଛି ବ୍ୟାଡ୍ କଣ୍ଟେଣ୍ଟ ପକାଇ ଲୋକ ପ୍ରିୟ ହେଉଛନ୍ତି । ସୋସିଆଲ ମିଡିଆରେ ଏବେ ଲୋକପ୍ରିୟ ଚାନେଲ ଭାସ୍କରକୁ ନେଇ ଜୋରଦାର ଆଲୋଚନା । ବର୍ଷା ଟୁଙ୍ଗୁରୁ ଖୋଜୁଛନ୍ତି ଭାସ୍କରକୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହାର ୱେବ୍ ପୋର୍ଟାଲ ଏବଂ ୟୁଟ୍ୟୁବରେ ଭିଡ଼ିଓ ଆସୁଥିବା ବେଳେ ସୋସିଆଲ ମିଡ଼ିଆ ସାଇଟ ଫେସବୁକରେ ଆସନ୍ତା କାଲି ରାତି ଠାରୁ କୌଣସି ଖବର ଆସୁନାହିଁ କି ଏହାର ଅଫିସିଆଲ୍ ଫେସବୁକ୍ ପେଜ୍ ମଧ୍ୟ ଶୋ କରୁନି ।

Advertisement

ଯାହାକୁ ନେଇ ଏବେ ଦର୍ଶକ ଚିନ୍ତାରେ , ପ୍ରାୟ ସମସ୍ତେ ଏବେ ପୋଷ୍ଟ କରି ଭାସ୍କର କୁ ମିସ୍ କରୁଛନ୍ତି । ତେବେ ଫେସବୁକ୍ କାହିଁକି ଆସୁନି ଭାସ୍କର ନିଉଜ ? ଗତ କିଛିଦିନ ଭିତରେ ସାରା ଓଡ଼ିଶାରେ ଚହଳ ପକାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାସ୍କର । ଫେସବୁକରେ ଏହାର ମିଲିୟନ ମିଲିଆନ ଭିଉଜ୍ ଏବଂ ପାଖାପାଖି ୧ ମିଲିୟନ ଫଲୋୟର । ଟୁଙ୍ଗୁରୁ ଭୋଳ ହେଉ କି ବର୍ଷା ଏମାନଙ୍କୁ ଖୋଜି ବାହାର କରିବା ସହିତ ଲଗାତାର ଖବର ଦେଖାଇବାରେ ଭାସ୍କର ଅନ୍ୟତମ ବୋଲି ସାଧାରଣ ରେ ଚର୍ଚ୍ଚା ହୁଏ । ମୁଖ୍ୟ ଖବର ଠାରୁ ପ୍ରାୟ ଏହି ଚନେଲ ରେ ଟିକେ ପ୍ରେମ ପରକୀୟା ପ୍ରୀତି ଜନିତ ଅଧିକ ସମ୍ପର୍କର ଖବରକୁ ଅଧିକ ଗୁରୁତ୍ୱ ଦିଆଯାଏ ବୋଲି ସାଧାରଣରେ ଅଭିଯୋଗ ହୁଏ । ତେବେ ଭାସ୍କରର ଫେସବୁକରେ ଖବର ନ ଆସିବା ଏବେ ଦର୍ଶକଙ୍କ ଚିନ୍ତାର ବିଷୟ ପାଲଟିଛି ।ହୁଏତ କିଛି ଟେକ୍ନିକାଲ ଇସ୍ୟୁ ପାଇଁ ବୋଧହୁଏ ଭାସ୍କର ଫେସବୁକ୍ ପେଜ ସମସ୍ତଙ୍କ ସାମ୍ନାକୁ ଆସି ପାରୁନାହିଁ । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଅଫିସିଆଲ୍ କୌଣସି ଖବର ଆସିନାହିଁ । ଆଶା କରିବା ଖୁବ୍ ଶୀଘ୍ର ଏହା ପୁଣିଥରେ ପ୍ରକାଶିତ ହେଇ ନିଜର ଲୋକପ୍ରିୟତା ଆହୁରି ବୃଦ୍ଧି କରିବ

Advertisement

Leave a Reply

Your email address will not be published. Required fields are marked *

error: Content is protected !!