ବର୍ଷାଙ୍କୁ ଉପହାର ଦେଲେ ଅନୁଭବ …

Creat A Revolution

କଟକ -: ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ ଭଗବତ ଗୀତାକୁ ଗତକାଲି ପ୍ରଦାନ କରି ନଥିବା ବେଳେ ଆଜି ତାଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ଏମିତି ବି ବର୍ଷାଙ୍କୁ ଅନୁଭବଙ୍କ କିଛି ଉପହାର ଆବଶ୍ୟକ ନାହିଁ ବୋଲି ବର୍ଷା ତାଙ୍କ ଓକିଲ ରାମକୃଷ୍ଣ ରଥଙ୍କୁ କହିଛନ୍ତି । ତେବେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ଆଇନଜୀବୀ ରାମକୃଷ୍ଣ ରଥ ।

Advertisement
-ll click & warch now ll subscribe now ll

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା କଟକ ପରିବାର ଅଦାଲତରେ ଗତକାଲି ଶୁଣାଣି ହୋଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଅନୁଭବଙ୍କୁ ଜେରା କରିଥିଲେ । ଜେରା ପ୍ରକ୍ରିୟା ଆହୁରି ଚାଲିବାକୁ ଥିଲେ ମଧ୍ୟ ପ୍ରତିପକ୍ଷ ଆଇନଜୀବୀ ଉପସ୍ଥିତ ରହି ପାରିବେ ନାହିଁ ବୋଲି କୋର୍ଟଙ୍କୁ ଜଣାଇଥିଲେ । ତେଣୁ ପରିବାର ଅଦାଲତରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights