ଢେଙ୍କାନାଳରୁ ଅଲଗା ହୋଇ ଅନୁଗୁଳ ଜିଲ୍ଲା ଏବେ ୩୦ ବର୍ଷ ପୁର୍ତ୍ତି , ଆସନ୍ତୁ ଜାଣିବା ଅନୁଗୁଳର ଅସ୍ମିତା …

ଅନୁଗୁଳ -: ଜିଲ୍ଲାକୁ ୩୦ ବର୍ଷ ପୂରିବାକୁ ଯାଉଛି। ଆଉ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୩୦ ବର୍ଷ ପୂର୍ତ୍ତିକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଅକ୍ଟୋବର…

ଆଜି ବିଶ୍ବ ବ୍ୟାଘ୍ର ଦିବସ, ସାତକୋଶିଆ ମହାବଳ ଶୂନ୍ୟ : କ’ଣ ଫେରିବ କି ମହାବଳ ?

ଅନୁଗୁଳ -: ଆଜି ସାରାବିଶ୍ବ ପାଳିବ ବ୍ୟାଘ୍ର ଦିବସ। ଜଙ୍ଗଲରୁ ହଜିଯାଉଥିବା ଏହି ପ୍ରାଣୀଟିର ବଂଶ କେମିତି ସୁରକ୍ଷିତ ରହିବ, ବାଘ ସଂଖ୍ୟା ବହୁଗୁଣିତ ହେବ ସେଥିପାଇଁ ଚାଲିବ ଯୋଜନା ଏବଂ ସଚେତନତା। କିନ୍ତୁ, ସାତକୋଶିଆରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ମହାବଳ ବଂଶ…

ଆଠଗଡରେ ନିଆରା ଢଙ୍ଗରେ କାର୍ଗିିଲ୍ ବିଜୟ ଦିବସ ପାଳନ କଲେ ଅଭୟ, ସାରା ରାଜ୍ୟରେ ଅଭୟଙ୍କୁ ନେଇ ଚର୍ଚ୍ଚା

ଆଠଗଡ଼ – : ଜୁଲାଇ ୨୬ କାର୍ଗିଲ ଵିଜୟ ଦିବସ। ୧୯୯୯ ମସିହା ଏହି ଦିନରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ କୁ ପାକିସ୍ତାନ ହାତରୁ ଛଡ଼ାଇ ଆଣିଥିଲେ।ତେବେ ଆଜି ଆଠଗଡ଼ରେ ଏହି ଦିବସକୁ…

ପ୍ରମୋଶନ ବଦଳରେ ସସପେଣ୍ଡ, ରାଗରେ ନିଆଁବାଣ ଶିକ୍ଷୟତ୍ରୀ

ରେଢାଖୋଲ -: ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ…

ବନ୍ଧୁ ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ସଲିଳ ସମାଧି ନେଲେ ଦୁଇ ନାବାଳକ

ରାଉରକେଲା -: ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ ଜାରି ରହିଛି। ମିଳିଥିବା…

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର -: ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସକାଳ…

ଅନୁଗୁଳ ଖଇରବେରେଣୀ ଗ୍ରାମରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ/ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ…

ସିଗାରେଟ୍ ପାଇଁ ମହାଭାରତ, ଚାଲିଗଲା ଜୀବନ

ଅନୁଗୁଳ -: ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଦୋକାନୀକୁ ସିଗାରେଟ୍ ମାଗି ଜଣେ ଯୁବକର ଜୀବନ ଯାଇଛି l ସୂଚନା ଅନୁସାରେ ନୂଆସାହି ଗ୍ରାମର ଇନ୍ଦ୍ରମଣି ସାହୁଙ୍କ ପୁତ୍ର ଲଲିତ ସାହୁ ଛକରେ ଦୋକାନ କରିଥିବା ଦୁଷ୍ମନ୍ତ ସାହୁଙ୍କ…

ରାଜନୈତିକ ଶତ୍ରୁତା ନେଲା ଉଗ୍ରରୁପ, ଚାଲିଗଲା ଜଣଙ୍କ ଜୀବନ

ଅନୁଗୁଳ /ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ…

error: Content is protected !!