ଜମ୍ମୁକାଶ୍ମୀରରେ କ୍ରମାଗତ ଆତଙ୍କବାଦୀଙ୍କ ବର୍ବରତା, ଟିଭି ଅଭିନେତ୍ରୀଙ୍କୁ ହତ୍ୟା, ୧୦ ବର୍ଷର ଶିଶୁକୁ ଗୁଳିକଲେ ଆତଙ୍କବାଦୀ

Creat A Revolution

ନୂଆଦିଲ୍ଲୀ -: ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଆତଙ୍କବାଦୀ ପୁଣି ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଅମରିନ୍ ନିଜ ଘର ଆଗରେ ପୁତୁରା ସହ ଛିଡା ହୋଇଥିଲେ । ଏହି ସମୟରେ ଆତଙ୍କବାଦୀ ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା ।ପୋଲିସର କହିବା ଅନୁସାରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୁଧବାର ବଡ଼ଗାମ ଜିଲ୍ଲାର ଚାଦୁରାର ହିଶାରୁ ଅଞ୍ଚଳରେ ହୋଇଛି । ଅଭିନେତ୍ରୀ ଅମରୀନଙ୍କ ଉପରେ ଗୁଳିମାଡ଼ ସନ୍ଧ୍ୟା ୭ଟା ୫୫ମିନିଟରେ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାବରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡରେ ଅମରିନଙ୍କ ୧୦ବର୍ଷର ପୁତୁରା ଆହତ ହୋଇଛନ୍ତି ।

ସୂଚନାନୁସାରେ ଜମ୍ମୁକାଶ୍ମୀର ପୋଲିସ ଟୁଇଟ୍ କରି କହିଛି ଯେ ଆତଙ୍କବାଦୀମାନେ ଅମରିନ ଭଟ୍ଟଙ୍କ ଘରେ ଗୁଳି ଚଳାଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦଶ ବର୍ଷର ପୁତୁରାମଧ୍ୟ ଘରେ ଥିଲେ। ତାଙ୍କ ହାତରେ ଗୋଟିଏ ଗୁଳି ବାଜିଛି । ଅନ୍ୟପକ୍ଷରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ଆହୁରି ମଧ୍ୟ ଏହାର ଅଧିକ ଅନୁସନ୍ଧାନ କରାଯାଉଛି lଏଥି ସହିତ ଅମରିଙ୍କ ହତ୍ୟା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ଅମରି ଭଟ୍ଟଙ୍କ ଉପରେ ହୋଇଥିବା ମାରାତ୍ମକ ଆତଙ୍କବାଦୀ ଆକ୍ରମଣକୁ ନେଇ ଗଭୀର ଦୁଃଖିତ ଅଛନ୍ତି । ଦୁଃଖର ବିଷୟ ଏହି ଆକ୍ରମଣରେ ଅମରି ପ୍ରାଣ ହରାଇଛନ୍ତି ଏବଂ ତାଙ୍କ ପୁତୁରା ଆହତ ହୋଇଛନ୍ତି। ଏହିପରି ନିରୀହ ମହିଳା ଏବଂ ଶିଶୁଙ୍କୁ ଆକ୍ରମଣ କରିବା ଠିକ୍ ନୁହେଁ।

ସୂଚନାଯୋଗ୍ୟ ଯେ ଜାମ୍ମୁ କାଶ୍ମୀରର ଚାଡୋରା ହେଉଛି ସେହି ସହର ଯେଉଁଠାରେ ୧୦ ମଇରେ କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ସାତ ମାସ ମଧ୍ୟରେ ସେ ଦ୍ୱିତୀୟ କାଶ୍ମୀରୀ ପଣ୍ଡିତ ଥିଲେ। ଏଥି ସହିତ ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଜଣେ ସୈନିକ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇଥିଲା। ଏହି ଆକ୍ରମଣରେ କନଷ୍ଟେବଳଙ୍କ ଝିଅ ମଧ୍ୟ ଆହତ ହୋଇଥିଲେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights