ମୁମ୍ବାଇ -:
ଏହି ନିଷ୍ପତ୍ତି ଶୁକ୍ରବାର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ସୂତ୍ରରୁ ଆହୁରି ବି ଜଣାପଡ଼ିଛି ଯେ ୱାଙ୍ଖେଡେଙ୍କ ନକଲି ଜାତି ପ୍ରମାଣପତ୍ର ପ୍ରଦାନ ମାମଲାରେ ତାଙ୍କ ବିରୋଧରେ ପୂର୍ବରୁ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ ନକଲି ଜାତି ପ୍ରମାଣପତ୍ର ମାମଲାକୁ ପ୍ରଥମେ ସାମ୍ନାକୁ ଆଣିଥିଲେ ଏନ୍ସିବି ନେତା ନବାବ ମଲିକ।
ତାଙ୍କୁ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା। ସମୀର ୱାଙ୍ଖେଡେ ମୁମ୍ବାଇ ଏନ୍ସିବିର ପୂର୍ବତନ ଜୋନାଲ୍ ନିର୍ଦ୍ଦେଶକ ଥିଲେ। ସେ ୨୦୨୧ ମସିହାରେ ଘରୋଇ କ୍ରୁଜ୍ ଉପରେ ଚଢ଼ାଉ କରି ଡ୍ରଗ୍ସ ମାମଲାରେ ୨୨ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରେ ଆର୍ୟାନ ଖାନ୍ ବି ଥିଲେ। ସମୀର ୱାଙ୍ଖେଡେଙ୍କ ବିରୋଧରେ ଅପରାଧିକ ମାମଲା ଆସିବା ପରେ ଆର୍ୟନଙ୍କ ମାମଲାକୁ ଏନ୍ସିବିର କେନ୍ଦ୍ରୀୟ ଦଳକୁ ହସ୍ତାନ୍ତର କରାଯାଇଥିଲା। ୱାଙ୍ଖେଡେଙ୍କୁ ଏହି ମାମଲାରୁ ବାଦ୍ ଦିଆଯାଇଥିଲା। ତାଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍ ଆରମ୍ଭ ହୋଇଥିଲା।