ଅଗ୍ନିକାଣ୍ଡରେ ୬ ବଖରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୧ ବଖରା ଆଂଶିକ କ୍ଷତିଗ୍ରସ୍ତ

Creat A Revolution

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପଣସପାଟଣା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଚାଳ ଘର ସମ୍ପୂର୍ଣ୍ଣ ରୂପେ ପୋଡି ଛାରଖାର ହୋଇଥିବା ବେଳେ ଗୋଟିଏ ବଖରା ଚାଳ ଛପର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏହି ଅଗ୍ନିକାଣ୍ଡ ର କାରଣ ସଠିକ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟରୁ ଏହା ଘଟିଥିବାର ଅନୁମାନ କରାଯାଉଛି।

Advertisement

ସୂଚନାଯୋଗ୍ୟ ଯେ ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପଣସ ପାଟଣା ଗ୍ରାମର ଶ୍ରୀଧର ସାହୁ ଓ ଅଭୟ ସାହୁ ଗତକାଲି ବିଳମ୍ବିତ ରାତିରେ ନିଜ ପରିବାର ସହ ଘରେ ଶୋଇଥିବା ବେଳେ ପଡୋଶୀଙ୍କ ଠାରୁ ସୂଚନା ପାଇ ନିଜ ଘରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ।ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ସୂଚନା ଦିଆଯିବା ପରେ ଅଗ୍ନିଶମ ବିଭାଗ ଅଧିକାରୀ କ୍ଷୀରୋଦ କୁମାର ଶତପଥୀ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏହି ନିଆଁରେ ଶ୍ରୀଧରଙ୍କର ୪ ବଖରା ଚାଳ ଘର ଓ ଅଭୟଙ୍କର ୨ ବଖରା ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଛି। ସେହିପରି ଏହି ଅଗ୍ନିକାଣ୍ଡ ରେ କାଳନ୍ଦୀ ଚରଣ ସାହୁ ଙ୍କର ଗୋଟିଏ ବଖରା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ାସ୍କ ଓ ରାଜସ୍ୱ ନିରୀକ୍ଷକ ରାମନାଥ ଗୁରୁ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରିବା ସହ କ୍ଷତିଗ୍ରସ୍ତ ପରିବାର କୁ ପଲିଥିନ ଦେବାର ବ୍ୟବସ୍ଥା କରିଥିଲେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights