ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ !!!

Creat A Revolution

କେନ୍ଦୁଝର/ଘଷିପୁରା -: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦୃଶ୍ୟ । ପ୍ରତିଦିନ ଶହ ଶହ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏବେ ଏହି ଚିକିତ୍ସାଳୟକୁ ଚିକିତ୍ସା ହେବପାଇଁ ଯିବାକୁ ଡରୁଛନ୍ତି ରୋଗୀ। ଏପରିକି ବିଭିନ୍ନ ସମୟରେ ଚିକିତ୍ସାଳୟଟି ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟି ଯାଇଛି । କିଛି ଦିନ ତଳେ ଛାତରୁ  ବିଶାଳ କଂକ୍ରିଟ୍ ଖଣ୍ଡ ଖସିପଡ଼ିଥିଲା ।  

Advertisement

ଆଉଟ୍ ଡୋର ନିକଟରେ ଧାଡ଼ିରେ ଠିଆ ହୋଇଥିବା ୨ଜଣ ଲୋକଙ୍କ ଉପରେ ପଡିଯାଇଥିଲା । ଏଥିରେ ୨ଜଣ ଆହତ ହୋଇ ଚିକିତ୍ସିତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ଏହି ଚିକିତ୍ସାଳୟ ମରାମତି ହୋଇଥିଲା । ନିମ୍ନ ମାନର ମରାମତି କାମ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଛାତରୁ କଂକ୍ରିଟ ଖସୁଥିବା ଅଭିଯୋଗ ହୋଇଛି । ଫଳରେ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିବାକୁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । ଏପରିକି ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତର ମାନେ ମଧ୍ୟ ନିଜକୁ ସୁରକ୍ଷିତ ଭାବୁନାହାନ୍ତି। ପୂର୍ବ ସରକାରରେ ସ୍ବାସ୍ଥ୍ୟ ସେବାରେ ମିଛ ବିକାଶର ନାରା ପିଟୁଥିଲା ବିଜେଡି ସରକାର । କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ଏହାର ବାସ୍ତବତା ଜଳ ଜଳ ହୋଇ ପଦାରେ ପଡିଯାଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights