ବାଲିଗୁଡା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସଭା ଗ୍ରୁହ ପରିସରରେ ଦୁଇ ଟି ବ୍ଲକର ମୋ ସେବା କେନ୍ଦ୍ର ଅପେରଟର ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳରେ ବାଲିଗୁଡା ବ୍ଲକ ଓ କ ନୁଆଗାଁ ବ୍ଲକ ରେ ଥିବା ସମସ୍ତ ପଞ୍ଚାୟତର ମୋ ସେବା କେନ୍ଦ୍ର ଅପେରଟର ମାନେ ଉପସ୍ଥିତ ରହି ଥିଲେ I ରାଜ୍ୟସରକାର ଙ୍କ ସୁଭଦ୍ରା ଯୋଜନାରେ ଲୋକମାନେ କିଭଳି ସହଜ ଏବଂ ସୁଭିଧା ରେ ସେବା ପାଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା I
ଏହି ବୈଠକ ରେ ମୋ ସେବା କେନ୍ଦ୍ରର ଜିଲ୍ଲା ମ୍ୟାନେଜର ରାଜେଶ ପାଣିଗ୍ରାହୀ ଓ କ ନୂଆଗାଁ ବ୍ଲକ ସିପି ରାକେଶ କୁମାର ସାହୁ ଉପସ୍ଥିତରହି ଥିଲେ I ଏହି ଯୋଜନା ଫଳରେ ମହିଳା ମାନେ ବିଭିନ୍ନ ପ୍ରକାରର ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିପାରିବେ I ପ୍ରତି ପଞ୍ଚାୟତ ରେ ଥିବା ମୋ ସେବା କେନ୍ଦ୍ରରେ ବିନା ମୂଲ୍ୟ ରେ ଆବେଦନ କରିପାରିବେ ବୋଲି କହିଛନ୍ତି ମୋ ସେବା କେନ୍ଦ୍ର ର ଜିଲ୍ଲା ମ୍ୟାନେଜର ରାଜେଶ ପାଣିଗ୍ରାହୀ I
Discover more from bnslive.in
Subscribe to get the latest posts sent to your email.