ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି l ପ୍ରଥମେ ଜାତୀୟ ସଂଗୀତ ଗାନ କରି ଜାତୀୟ ପତାକା ଉତ୍ତଳନ କରାଯାଇଥିଲା l ଏହା ପରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକୋମଳରେ 30ଟି ଜିଲ୍ଲାରେ 1115କୋଟି ଟଙ୍କାର 481ଟି ଉନ୍ନତି ମୂଳକ ପ୍ରକଳ୍ପର ଶିଳା ନ୍ୟାସ ଲୋକର୍ପଣ କରାଯାଇଛି l ଏହା ସହ କାର୍ଯ୍ୟଳୟ ଠାରେ ସ୍ୱାଗତ ସମ୍ଭରର୍ଦ୍ଧନା ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Advertisement

ଏହି ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ( ଓ ରା ସେ )ବିବେକା ନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପlଦକ୍ଷl ଶାନ୍ତି ନାୟକ,ଏମ ଆଇସି ସିପି କମ୍ବୁପାଣି ପାଣିଗ୍ରାହୀ , ସି ଏମ ଏମ ୟୁ ସୁଧାଂଶୁ ମୋହନ ହୋତl, ଟେକ୍ସ କଲେକ୍ଟର ବାଇଧର ମଲିକ 8 ନମ୍ବର କାଉନ୍ସଲର ରଶ୍ମିତା ପାଢ଼ୀ, 10 ନମ୍ବର କାଉନ୍ସଲର ରୀନା କୁମାରୀ ପଣ୍ଡା,11 ନମ୍ବର କାଉନ୍ସଲର ନାରାୟଣ ଡାକୁଆ, 12 ନମ୍ବର କାଉନ୍ସଲର ଗୀତା ନାୟକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ l

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights