ଗୋରୁକୁ ବଞ୍ଚେଇବାକୁ ଯାଇ ଭାର ସ୍ୱାମ ହରାଇ ବସ ଦୁର୍ଘଟଣା ଗ୍ରସ୍ତ ଗାଈ ମୃତ୍ୟୁ12ରୁ ଉର୍ଦ୍ଧ ଯାତ୍ରୀ ଆହତ

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତ ରାସ୍ତାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ମାଳତୀ ବସ ନମ୍ବର OR-12-C- 2142 ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା I ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ I

Advertisement

ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇ ବାକୁ ଯାଇ ବସଟି ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି I ଦୁର୍ଘଟଣାରେ ଗୋଟିଏ ଗାଇ ର ମୃତ୍ୟୁ ହୋଇଛି I ପ୍ରାୟ 12 ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି I ଆହତ ବ୍ୟକ୍ତି ଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଉଛି I ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି I ଘଟଣା ସ୍ଥଳରେ ସ୍ଥାନୀୟ SDPO ବିଜୟ କୁମାର ବିଶି,ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ,ଏସ.ଆଇ ଅନନ୍ତ କୁମାର ପ୍ରଧାନ ପ୍ରମୁଖ ପହଞ୍ଚି ଦୁର୍ଘଟଣା ବିଷୟରେ ତଦନ୍ତ କରୁଛନ୍ତି I

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights