ତୁମୁଡ଼ିବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ନିବାସରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

Creat A Revolution

ବାଲିଗୁଡ଼ା (ସାମୁଏଲ ପ୍ରଧାନ )-: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏନ ଏସ ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କେବି ଛାତ୍ରୀ ନିବାସରେ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଶୃଙ୍ଖଳା ଓ ସମ୍ମାନର ସହିତ ଅନ୍ୟମାନଙ୍କୁ ବ୍ୟବହାର ପ୍ରଦର୍ଶନ କରିବା ଓ ଛାତ୍ରୀନିବାସର ସମସ୍ତ ନିୟମକୁ ମାନି ଚଳିବା ପାଇଁ ଉପଦେଶ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ବାଳକ ଛାତ୍ର ନିବାସର ଅଧ୍ୟକ୍ଷ ଡ଼ଃ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଛାତ୍ରୀ ନିବାସ ଉପାଧ୍ୟକ୍ଷl ଅର୍ଥନୀତି ଅଧ୍ୟାପିକା ପଦ୍ମାବତୀ ସାହୁ, ଇଂରାଜୀ ଅଧ୍ୟାପିକା ସ୍ୱର୍ଣ୍ଣ ଲତା ନାୟକ, ଓଡ଼ିଆ ଅଧ୍ୟାପିକା ସରିତା ଭୋଇ ଯୋଗ ଦେଇ ଥିଲେ l ଛାତ୍ରୀନିବାସର ଅଧ୍ୟକ୍ଷା ଡଃ. ମଞ୍ଜୁଳା ମହାପାତ୍ର ତଥା ଅର୍ଥନୀତି ଅଧ୍ୟାପିକା ଅଭିଭାବକ ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଛାତ୍ରୀନିବାସର ସମସ୍ତ ନିୟମାବଳୀକୁ ଅଭିଭାବକ ମାନଙ୍କ ଆଗରେ ପରିପ୍ରକାଶ କରିଥିଲେ l ଏହି ସମ୍ମିଳନୀ ରେ ବିଭିନ୍ନ ପ୍ରାନ୍ତରୁ ଅଭିଭାବକ ଯୋଗ ଦେଇ ଥିବା ବେଳେ ସଭା ଶେଷରେ ଅଧ୍ୟାପିକା ପଦ୍ମା ବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights