ଥୁଆମୁଳ ରାମପୁର, (ନିଲେଶ କୁମାର ନାଗ) : କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ପଞ୍ଚାୟତରେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରୁଥିବା ବେଳେ । ନାକରୁଣ୍ତି ପଞ୍ଚାୟତ ଠାରେ ସୋମବାର ଆୟୋଜିତ ଜନଶୁଣାଣୀ କାର୍ଯ୍ଯକ୍ରମରେ ଖଣି ଖନନ କମ୍ପାନୀ ପଥେଇଥିବା ସନ୍ଦେହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କୁ ଘେରିଗଲେ ପାଖାପାଖି ୧୫୦୦ ରୁ ଉର୍ଦ୍ଧ ଅଞ୍ଚଳବାସୀ l ପ୍ରକାଶ ଥାଉକୀ ବ୍ଲକ୍ ର ଜନ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ, ବିଏସଏସଓ ସୁନାରାମ ସୋରେନ, ଆରଏଚ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମ୍ଭାର, ଜିଆରଏସ୍ ଖଗପତି ନାଏକ ଓ ବିଭିନ୍ନ ଲାଇନ ବିଭାଗ ର କର୍ମଚାରୀ ଯୋଗଦେବା ପାଇଁ ଉକ୍ତ ପଞ୍ଚାୟତକୁ ଯାଇପହଞ୍ଚିଥିଲେ। ହେଲେ ସେଠାରେ ଅଞ୍ଚଳ ବାସି ସିଜିମାଳୀ ଓ କୁଟ୍ରୁମାଳି କୁ କମ୍ପାନୀ ହାତକୁ ଟେକି ଦେବୁ ନାହିଁ ବୋଲି ପ୍ରଶାସନ ବିରୋଧରେ ନାରା ବାଜି କରିଥିବା ସହ ତାଙ୍କ ଜଙ୍ଗଲ ଜମି ର କିସମ ବଦଳେଇ ଦେଇଥିବା ହେତୁ ତାର ପ୍ରତିବାଦରେ ବ୍ଳକ ପ୍ରଶାସନକୁ ପୂର୍ବରୁ ଆନ୍ଦୋଳନକାରି ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ,
ତହସିଲଦାର ଓ ବିଡ଼ିଓ ମହାଶୟଙ୍କୁ ପୂର୍ବରୁ କେରପାଇ ଗ୍ରାମ ପଂଚାୟତ ର ଜନ ଶୁଣାଣି ବେଳେ ଭାଁ ବିରୋଧ କରିଥିଲେ ଖଣି ସୁରକ୍ଷା ଆନ୍ଦୋଳନକାରି, ସେହି ଜନ ଶୁଣାଣି ଶିବିରରେ ବିଡିଓ ଶ୍ରୀ ମୁଦୁଲି ଖୋଲା ଖୋଲି କମ୍ପାନୀ କୁ ସମର୍ଥନ ଦେଇଥିଲେ ଓ ଡବ୍ଲୁ ଇଓ ଶୁଭଜିତ ରଞ୍ଜନ ସ୍ୱାଇଁ ଗାଁ ଗାଁ ବୁଲି ସରକାରଙ୍କ ବିନା ଅନୁମତି ରେ ଯାଇ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଯାଇ ଗ୍ରାମ ସଭା ପଲ୍ଲୀ ସଭା କରିଥିଲେ ଏବଂ ଗ୍ରାମବାସି ମିଛ ଦସ୍ତଖତ କରିଥିଲେ ବୋଲି ଅଭିଯୋଗ କରି ଆନ୍ଦୋଳନ କାରି ଓ ନାକରୁଣ୍ଡି ଗ୍ରାମ ପଂଚାୟତ ବାସି ବିଡ଼ିଓ ସମେତ ସମସ୍ତ ବ୍ଳକ ପ୍ରଶାସନ ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଥିଲା l ପରେ ବିଡିଓ ଲୋକଙ୍କୁ ବୁଝାମଣା କରିବା ସହିତ ଆମେ ସରକାର ଙ୍କ ଯୋଜନା ର ଉପଲବ୍ଧି କୁ ନେଇ ଆପଣଙ୍କ ପାଖକୁ ଆସିଛୁ ଆମେ କୌଣସି କମ୍ପାନୀ କିମ୍ବା ଖଣି ଖନନ ବିଷୟକୁ ନେଇ ଆମେ ଆସି ନାହୂ ବୋଲି ଲିଖିତ ପ୍ରତିଶୃତି ଜଣାଇବା ପରେ ବିଡ଼ିଓଙ୍କୁ ଛାଡିଥିବା ଖବର ମିଳିଛି। ତେବେ ଏହି ଶିବିର ଲୋକଙ୍କ ସୁବିଧା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରିବା ବ୍ଯବସ୍ଥା କରିଛନ୍ତି। ଲୋକଙ୍କ ସଚେତନ ଅଭାବ ଯୋଗୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରୋକା ଯାଉଛି ବୋଲି ବିଡ଼ିଓ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ହେଲେ ଏହା କେତେ ଦୂର ଯୁକ୍ତିଯୁକ୍ତ ଲୋକେ ହୃଦୟଙ୍ଗମ କରିବା ଆବଶ୍ୟକତା ରହିଛି।