“ସୁଭଦ୍ରା” ଯୋଜନା ପାଇଁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକେ

Creat A Revolution

ସାଧାରଣ ଗରିବ ମହିଳାଙ୍କୁ ଶୋଷଣ କରୁଛି ସୁଭଦ୍ରା ଯୋଜନା । କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠିର ବ୍ୟକ୍ତି ବିଶେଷ ହେଉଛନ୍ତି ମାଲେମାଲ । ଆଧାର କାର୍ଡ ଲିଙ୍କ ପାଈଁ ସବୁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଖଚାଖଚ ଭିଡ଼ । ଯିଏ ଲିଙ୍କ କରୁ କିମ୍ବା ଚେକିଙ୍ଗ କରୁ ଜଣଙ୍କ ପିଛା ୨୦୦ଟଙ୍କା । ଯିଏ ଟିକେ ଆଗରେ କାମ ସାରିବାକୁ ଚାହୁଁଚି ୫୦୦ରୁ ଅଧିକ ଆଦାୟ କରୁଛନ୍ତି ଏହି କେନ୍ଦ୍ରର ଦଲାଲ। ଇଏ ଏକ ପ୍ରକାର ଲୁଣ୍ଠନ ଚାଲିଛି। ଏଣେ ଆଧାର ଲିଙ୍କ କେନ୍ଦ୍ର ମାଲିକ ଦୈନିକ ୨୦ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଗରିବ ଲୋକଙ୍କୁ ଶୋଷଣ କରି ମାଲେମାଲ। ଏଥିପ୍ରତି ପ୍ରଶାସନ ନୀରବ ଦ୍ରଷ୍ଟା ହେବାରୁ ଲୋକେ ଶୋଷଣ ର ଶିକାର ହେଉଛନ୍ତି । ଏଣୁ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights