ଖାକିରେ ଲାଗିଲା କଳଙ୍କ, ହତ୍ୟାକାରୀ ପୋଲିଷ ବିରୋଧରେ ଆନ୍ଦୋଳନ

Creat A Revolution

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲ ରୁ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗାଁର ବାଲ୍ମୀକି ବଣ୍ଡକିଙ୍କ ୩୪ବର୍ଷିୟ ପୁଅ ଜ୍ୟୋଷ୍ଠ ବଣ୍ଡକି ବୋଲି ଜଣା ପଡିଛି । ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭଯୋଗ ଅନୁସାରେ ମୃତ ଯୁବକ ଏବଂ କଣ୍ଟାମାଳ ଥାନା ମାରଡୁଲ ଗ୍ରାମର ଦାସିରି ଦିଗାଲ ନାମକ ଅନ୍ୟଜଣେ ଯୁବକଙ୍କ ସହ ମିସି ଗୋଛାପଡା ଅଧୀନରେ ଥିବା ତେତିଲିପଡ଼ା ଗାଁକୁ କୌଣସି କାମରେ ଆସି ଅପରାହ୍ନ ବାରଟା ସମୟରେ ନିଜ ଗାଁକୁ ଫେରୁଥିବା ବେଳେ ଡାଙ୍ଗାଣାମୁ ଘାଟି ନିକଟରେ ଏକ ଧଳାରଙ୍ଗର ବୋଲେରୋରେ ଚାରି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ ଓ ଆକ୍ରମଣ କାରୀଙ୍କ କବଳରୁ ଦାସିରି ଡିଗାଲ କୌଶଳ କ୍ରମେ ଖସିଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କାରି ମାନେ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ ଓ ଅନ୍ୟପଟେ ଆକ୍ରମଣକାରୀମାନେ ପୋଲିସ କର୍ମଚାରୀ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଓ ଅନ୍ୟପଟେ ମୃତ ଯୁବକଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି ମଧ୍ୟ୍ୟ କରୁଥିବା ସମୟରେ ଡ଼ଙ୍ଗାଣାମୁ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଖବର ପାଇଥିଲେ ।

Advertisement

ପୋଲିସ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ, କନ୍ଧମାଳରେ ଚାଞ୍ଚଲ୍ୟ
୩୪ବର୍ଷିୟ ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫୋପାଡିଦେଲା ପୋଲିସ
ଖାକିରେ ଲାଗିଲା କଳଙ୍କ, ହତ୍ୟାକାରୀ ପୋଲିଷ ବିରୋଧରେ ଆନ୍ଦୋଳନ

ସେପଟେ ମୃତକ ଜଣକ ଧରିଥିବା ବାଇକ ଯାହାର ନମ୍ବର ଓଡି.୩୧.ଜି.୬୫୩୦ ରହିଛି ସେହି ବାଇକଟି ବର୍ତ୍ତମାନ ଗୋଛାପଡା ଥାନାରେ ଥିବା ଜଣାପଡିଛି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବ ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭଯୋଗ ଆଣିଛନ୍ତି । ସେପଟେ ମୃତକଙ୍କ ବାଇକ ଥାନାରେ ଥିବାରୁ ଘଟଣାକୁ ନେଇ ଗୋଛାପଡା ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ବେଳେ ଯୁବକ ଜଣକଙ୍କ ମୃତ ଦେହ କିଭଳି ଭାବରେ ରାସ୍ତା କଡରେ ପଡିଲା ଓ ଯୁବକଙ୍କ ବାଇକ କିଏ ଏବଂ କିଭଳି ଅବସ୍ଥାରେ ଥାନାକୁ ଆସିଲା ତାକୁ ନେଇ ଏବେ ଗୋଛାପଡା ଅଂଚଳରେ ଚର୍ଚ୍ଚା ଜୋରଧରିଛି । ତେବେ ଘଟଣାକୁ ସହଜରେ ପରିବାର ଲୋକ ଗ୍ରହଣ କରିପାରୁନଥିବା ବେଳେ ଗଞ୍ଜେଇ ଧରିବା ନାରେ ଯୁବକଙ୍କୁ ପୋଲିସ ହତ୍ୟା କରିଥିବା ନେଇ ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଅନ୍ୟପଟେ ଘଟଣାର ଦୀର୍ଘ ୨୪ ଘଣ୍ଟା ପରେ ଘଟଣା ସ୍ଥଳରୁ ଶବ କଡାସୁରକ୍ଷାରେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଘଟଣାକୁ ନେଇ ଦିନତମାମ ଉତ୍ତେଜନା ଲାଗିରହିଥିଲା । ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ କଣ୍ଟାମାଳ ଅଂଚଳର ଶତାଧିକ ଲୋକ ନ୍ୟାୟ ଦାବିରେ ଥାନା ଘେରାଉ କରିଥିଲେ । ଘଟଣାକୁ ଗୁରୁତର ସହ ଗ୍ରହଣ କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ନିଜେ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ କମଳ ଲୋଚନ ପଣ୍ଡା ନାମକ ଜଣେ ଡ଼ିଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ଏସପିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଓ ସେପଟେ ମୃତ ଯୁବକ ଜଣକ ଘରର ଏକମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ତାଙ୍କର ଦୁଇଟି ଛୋଟଛୋଟ ପୁଅ ଅଛନ୍ତି । ଯାହା ଫଳରେ ଆନ୍ଦୋଳନ କାରି ମାନେ ତାଙ୍କର ପରିବାର ପରିପୋଷଣ ପାଇଁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିବା ବେଳେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଗୋଛାପଡାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
କନ୍ଧମାଳରୁ ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ ବିଏନଏସ ଲାଇଭ

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights