ପାଣ୍ଡିଆନଙ୍କ ନାଁରେ ସାଂଘାତିକ ଅଭିଯୋଗ, “ଗୋପାଳ ନୁହେଁ ନବଙ୍କୁ ମାରିଛନ୍ତି ପାଣ୍ଡିଆନ”

Creat A Revolution

ଭୁବନେଶ୍ୱର -: ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ IAS ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସଂପୃକ୍ତି। ସିଧାସିଧା ଅଭିଯୋଗ କଲେ ଗୋପାଳ ନୁହେଁ “ନବଦାସଙ୍କୁ ମାରିଛନ୍ତି ପାଣ୍ଡିଆନ”। ତାଳ ଗଛ ପରି ଦିନକୁ ଦିନ ନବ ଦାସଙ୍କ କାଟତି ବଢ଼ି ବଢ଼ି ଚାଲିଥିଲା। ସେଥିପାଇଁ ଉପାୟ କରି ପାଣ୍ଡିଆନ ତାଙ୍କୁ ମାରିଦେଲେ। ସେପଟେ ଝିଅ ଦୀପାଳି ଟିକେଟ ଲୋଭ ଆଉ ନବୀନଙ୍କ ଡରରେ ମୁହଁ ଖୋଲିଲେନି। ହଁ ପାଣ୍ଡିଆନଙ୍କ ବିରୋଧରେ ଏପରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା।

ନବଙ୍କୁ ମାରିଛନ୍ତି ପାଣ୍ଡିଆନ: ଭିକେ ପାଣ୍ଡିଆନ ଯାହାଙ୍କ ଇସାରାରେ ଦିନେ ବିଜେଡି ନାଚୁଥିଲା। ଏବେ ସେ ଯଦିଓ ୨୪ ନିର୍ବାଚନ ହାରିବା ପରେ ସକ୍ରିୟ ରାଜନୀତିରୁ ସନ୍ନାସ ନେଇଯାଇଥିବା କଥା କହିଛନ୍ତି। କିନ୍ତୁ ଏବେବି ପ୍ରଚ୍ଛଦପଟ୍ଟରେ ରହି ବିଜେଡିରେ ଗୋଟି ଚାଳନା କରୁଛନ୍ତି ପାଣ୍ଡିଆନ। ତାଙ୍କ ଇସାରାରେ ନାଚୁଛନ୍ତି ନେତା ବିଧାୟକ। ସେଥିପାଇଁ ତ ପାଣ୍ଡିଆନଙ୍କ କଥାରେ ଗୃହରେ ବିଜେଡି ବିଧାୟକମାନେ ହଟ୍ଟଗୋଳ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ଠିକ୍ ସେହିପରି ଆଜି ବି ଗୃହ ଚଲାଇ ଦେଲେନି ବିଜେଡି ବିଧାୟକ। ତେଣୁ ପରେ ବିଜେପିର ଜଣେ ବରିଷ୍ଠ ବିଧାୟକ ପଦ୍ମଲୋଚନ ପଣ୍ଡା ସେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାପରେ ରାଜନୈତିକ ମାହୋଲ ପୁରା ସକ୍ରିୟ ହୋଇ ଉଠିଛି। କାରଣ ପଦ୍ମଲୋଚନ ପଣ୍ଡା ବିଜେଡିର ମୂଳଦୁଆ ଉପରେ ପ୍ରହାର କରିଛନ୍ତି। ଅର୍ଥାତ୍ ସେ ପାଣ୍ଡିଆନଙ୍କ ମୁଣ୍ଡରେ ସାଂଘାତିକ ଦୋଷାରୋପ କରିଛନ୍ତି। କି ବିଜେଡିର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ନୁହେଁ ପାଣ୍ଡିଆନ ମାରିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ପଦ୍ମଲୋଚନ।

ନବ ଦାସ ହତ୍ୟାକାଣ୍ଡ: ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଜଣେ ଟାଣୁଆ ନେତା। ଯାହାଙ୍କୁ ଦିବା ଲୋକରେ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ପୁଣି ଜଣେ କନେଷ୍ଟବଳ ଯିଏକି ତତକାଳୀନ ମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ ସୁରକ୍ଷାରେ ଥିଲେ। ଗୋପାଳ ଦାସ। ଯିଏକି ନବଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ପାଖାପାଖି ୨ ବର୍ଷ ପୁରିଗଲାଣି। ହେଲେ ଏବେଯାଏଁ ପ୍ରକୃତ ଦୋଷୀ ବୋଲି ଗୋପାଳକୁ ଧରାଯାଇଥିବା ବେଳେ, ବିଜେପି ସରକାର ଆସିବା ପରେ ଏହା ଉପରେ ସିବିଆଇ ତଦନ୍ତ ହେବ ବୋଲି କହିଥିଲେ। ହେଲେ ଏଥିପାଇଁ ଏବେଯାଏଁ ତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଆକାରରେ ଦିଆଯାଇନାହିଁ। ଆଉ ତା ଉପରେ ବିଜେପି ବିଧାୟକଙ୍କ ସଙ୍ଗୀନ ଅଭିଯୋଗ ନବ ଦାସଙ୍କୁ ଗୋପାଳ ନୁହେଁ ପାଣ୍ଡିଆନ ମାରିଛନ୍ତି। ଯାହାକି ରାଜନୈତିକ ମାହୋଲକୁ ଆହୁରି ସରଗରମ କରୁଛି।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!