ବୈଦ୍ୟେଶ୍ୱର ପଞ୍ଚାୟତରେ ଝାଡ଼ା ବାନ୍ତି ପିଲାଙ୍କ ସମେତ ଲୋକ ହେଲେ ଆକ୍ରାନ୍ତ , ହୋଇପାରୁନି ଝାଡ଼ା ବାନ୍ତି ବନ୍ଦ ଡାକ୍ତର ଅଣାୟତ୍ତ

Creat A Revolution

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ – କଟକଜିଲ୍ଲା ବାଙ୍କୀବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମରେ ବାହାଘର ଭୋଜିଖାଇ ପିଲାଙ୍କ ସମେତ ବଡ଼ଲୋଜ ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ମେଡ଼ିକାଲରେ ଭର୍ତିହେଲେ ଶତାଧିକ ଗ୍ରାମବାସୀ | ଗତ ତା ୧୬/୦୨/୨୦୨୫ ରବିବାର ଦିନ ଗ୍ରାମରେ ବଡ଼ସାହିରେ ପଦ୍ମ ଚରଣଙ୍କ ଘରେ ଝିଅର ବାହାଘର ହୋଇଥିବା ବେଳେ ସାହିର ବାସିନ୍ଦା ପ୍ରାୟ ୬୦୦ ଲୋକ ଭୋଜନରେ ଯୋଗଦେଇ ଥିଲେ | ରାତ୍ର ସମୟରେ ଭୋଜିଖାଇ ଘରକୁ ଫେରିଥିଲେ | ସଖାଳେ ସମସ୍ତ ବାସିନ୍ଦା ଝାଡ଼ା ବାନ୍ତି ହୋଇ ବୈଦ୍ୟେଶ୍ୱର ଚିକିତ୍ସାଳୟରେ ଆଡ଼ମିସନ ହୋଇଛନ୍ତି | ତିନିଜଣଙ୍କ ଦେହ ଝାଡ଼ା ବାନ୍ତି ବୋହୁ ଆକ୍ରାନ୍ତ ଥିବାରୁ ବାଙ୍କୀ ରୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାଂତର ହୋଇଛନ୍ତି | ଆକ୍ରାନ୍ତ ହୋଇଥିବା ବାସିନ୍ଦା ଙ୍କୁ ବୈଦ୍ୟେଶ୍ୱର ଚିକିତ୍ସାଳୟରେ ଭେଟିଲେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବୈଦ୍ୟେଶ୍ୱର ଚିକିତ୍ସାଳୟ ରେ ଡାକ୍ତର ଏବଂ କର୍ମଚାରୀ ଙ୍କ ଅଭାବରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ସୁବର୍ଣ୍ଣପୁର ଡାକ୍ତର ଷ୍ଟାପ ଙ୍କ ଉପସ୍ଥିତ ରେ ଲୋକଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଚିକିତ୍ସା ଚାଲିଚି | ବାହାଘର ଭୋଜି ଫୁଡ଼ ପୈଯୋନିଙ୍ଗ ହେବାରୁ ଘଟିଛି ଏଭଳି କାଣ୍ଡ ବୋଲି ସୂଚନା ଦେଇଛନ୍ତି ବାଙ୍କୀ ସିଡିଏମ ଭିକେ ହୋତା |

ଗ୍ରାମର ଆଉକିଛି ସଦସ୍ୟ ବାହାଘର ଭୋଜିଖାଇବି ଅଛନ୍ତି ସୁସ୍ଥ | କିନ୍ତୁ ବହୁ ପରିମାଣରେ ଗ୍ରାମବାସୀ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ରୁ ପଞ୍ଚାୟତ ର ସମସ୍ତ ଙ୍କ ମୁହଁରେ ଗୋଟିଏକଥା ଝାଡ଼ା ବାନ୍ତି ର ଭୟ ଘଟଣାର ଦୁଇଦିନ ରେ ପହଁଚିଲେ ବିଧାୟକ ବୋଲି ବୈଦ୍ୟେଶ୍ୱର ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ସମସ୍ତ କର୍ମୀଙ୍କ ର ବୈଦ୍ୟେଶ୍ୱର ଚିକିତ୍ସାଳୟ ଠାରେ ଆଗରୁ ପହରା ରହିଥିଲା | ନିଜର ଡିଉଟି ଭୁଲି ରୋଗୀଙ୍କୁ ସେବା ଯୋଗାଇଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ବୈଦ୍ୟେଶ୍ୱର ବାସିନ୍ଦା ବୈଦ୍ୟେଶ୍ୱର ଡାକ୍ତର ସୁଜାତା ମାଡାମ ଏବଂ ନର୍ସ କର୍ମଚାରୀ ମାନଙ୍କୁ | ଚିକିତ୍ସାଳୟରେ ଏବେବି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟପୂର୍ଣ୍ଣ ରହିଛି ମେଡ଼ିକାଲରେ | ବୈଦ୍ୟେଶ୍ୱର ଚିକିତ୍ସାଳୟରେ ବେଡ଼ ନଥିବାରୁ ରୋଗୀ ତଳେ ପଡ଼ିହେଲେ ଚିକିସ୍ଥିତ | ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଝରକା ଗ୍ରିଲରେ ସାଲାଇନ ପାଣି ସେବା ଦିଆଗଲା ଝାଡ଼ା ବାନ୍ତି ହେଉଥିବା ଆକ୍ରାନ୍ତ ରୋଗୀଙ୍କୁ |


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!