କୂଳ ଲଂଘୁଛି ବ୍ରାହ୍ମଣୀ, ଚିନ୍ତା ଓ ଭୟରେ ଦିନ କାଟୁଛନ୍ତି ଦିନିଆରୀବାସୀ

Creat A Revolution

ଆଳି -: କେନ୍ଦ୍ରାପଡା ଜିଲ୍ଳା ଆଳି ବ୍ଲକ୍‌ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁରେ ଏବେ ଆତଙ୍କ ଖେଳାଇଛି ବ୍ରାହ୍ମଣୀ । ଘର ପାଖକୁ ମାଡିଆସିଲାଣି ନଈ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ ଭୟରେ ସ୍ଥାନୀୟ ଲୋକେ । କାରଣ ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଧିରେ ଧିରେ କୂଳ ଲଙ୍ଘୁଛି ଏବଂ ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି । କେତେବେଳେ ଯେ ଗାଁ ହଜି ଯିବ ଏବେ ସେ ଭୟରେ ଅଞ୍ଚଳବାସୀ । ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। 

Advertisement

ଗାଁର ଅଧିକାଂଶ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି । ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ । ନଦୀ ଜଳସ୍ତର ଦିନକୁ ଦିନଦିନ ବଢି ଚାଲିଛି ।  ଏଭଳି ପରିସ୍ଥିତିରେ ଉପର ଅଧିକାରୀମାନଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏପଟେ ନଦୀର ଜଳସ୍ତର ଦିନକୁ ଦିନ ବଢିବଢି ଚାଲିଛି । ଗାଁ ସୁରକ୍ଷା ପାଇଁ ଯଦି କୌଣସି ପଦକ୍ଷେପ ନି ନିଆଯାଏ ତେବେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights