ନକଲି ସୁନା ଦେଇ ବ୍ୟାଙ୍କକୁ ଠକି ଲୁଟିନେଲେ ୮୪ଲକ୍ଷ : ଫସିଲେ ନିରିହ ଝିଅ

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳି ଯାଇଛି l ସୂଚନା ଅନୁଯାଇ ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ଭାବେ ଗତ ତିନି ବର୍ଷ ଧରି ପି ସତ୍ୟରାମ ଆଚlରି ଦାୟିତ୍ୱ ତୁଲାଉ ଥିଲେ l ଏହାର ସୁଯୋଗ ନେଇ ଗତ ଏକ ବର୍ଷ ପୂର୍ବ୍ ଚତୁରତା ସହ ନିଜ ବଜାର ଉପରେ ଥିବା ସୁନ ଦୋକାନ ରେ କାମ କରୁଥିବା l ଗରିବ ଶ୍ରଣୀ ଝିଅ ରୁନୁ ବାଳl ପ୍ରଧାନଙ୍କ ଦସ୍ତଖତ ନେଇ l ନିଜ ଡୁପ୍ଲିକେଟ ସୁନା ଅଳଙ୍କlର ୟୁକ ବ୍ୟାଙ୍କରେ ବନ୍ଧକ ରଖି 30 ଲକ୍ଷ୍ୟ ଟଙ୍କା ଉଠାଇ ନିଜ ଆକାଉଣ୍ଟ ନେଇ ଯାଇଛନ୍ତି l ଏବଂ ଏଭଳି ନିଜ ଦୋକାନରେ କାମ କରୁଥିବା ଦୁଇ ଗରିବ ଅସହାୟ ଯୁବକ ଓ ଯୁବତୀ ଙ୍କ ନାମରେ 50 ଲକ୍ଷ୍ୟ ଟଙ୍କାର ଡୁପ୍ଲିକେଟ ସୁନl ୟୁକ ବ୍ୟାଙ୍କରେ ବନ୍ଧକ ରଖି ସମସ୍ତ ଟଙ୍କା ଧରି ପି ସତ୍ୟ ରାମ ଆଚାରୀ ଚମ୍ପଟ ମାରିଛନ୍ତି l

Advertisement

ତେବେ ଉକ୍ତ ସୁନl ନୀଲାମ ସମୟ ରେ ଯାଞ୍ଚ ବେଳେ ଡୁପ୍ଲିକେଟ ସୁନା ହୋଇଥିବା ଘଟଣା ଟି ଲୋକ ଲଚନ କୁ ଆସିଥିଲା l ଏହି 84 ଲକ୍ଷ୍ୟ ଟଙ୍କା ର ସ୍କାମ ପଛରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜେର ଙ୍କ ହାତ ରହିଥିବା ଜନସାଧାରଣଙ୍କ ମଧ୍ୟ୍ୟରେ ଆଲୋଚନା ଜୋର ଧରିଛି l ତେବେ ଏହି ସୁନା ସ୍କାମରେ ନିରୀହ ଛିଅ ରୁନୁ ବାଳl ପ୍ରଧାନ କହିଛନ୍ତି ମୋର ଘରେ ଖାଇବାକୁ ନାହିଁ ମୁଁ ସୁନା ଦେଖି ନାହିଁ ବ୍ୟାଙ୍କ ଵାଲା ଆସିଲେ 34 ଲଖ୍ୟ ଟଙ୍କା ର ନୋଟିସ ଦେଇ ଚାଲି ଗଲେ l ମତେ ଯଦି ଆଇଟି ବିଭାଗ ତଦନ୍ତ କରନ୍ତି କିମ୍ବା ମୋର ଯଦି କିଛି ଅସୁବିଧା ହୁଅ ତାହା ହେଲେ ସୁନା ଦୋକାନୀ ବଣ୍ଟି ଓରଫ ପି ସତ୍ୟ ରାମ ଆଚାରୀ ଦlଇ ରହିବେ l ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୁନା ଆପ୍ରlଇଜର କୁ ତଦନ୍ତ ପରିସରକୁ ଆଣି ଗରିବ ଝିଅ ରୁନୁ ବାଳl ପ୍ରଧାନ କୁ ନ୍ୟlୟ ପ୍ରଦାନ କରିବା ନିମନ୍ତେ ଅଞ୍ଚଳ ବାସି ବାଲିଗୁଡ଼ା ସାମ୍ବାଦିକ ଦାବି କରିଛନ୍ତି l

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights