ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇଟି ଅଜଣା କଣ୍ଟେନର

Creat A Revolution

କେନ୍ଦ୍ରାପଡ଼ା (ମହେଶ ପାଢ଼ୀ) -: ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇଟି ଅଜଣା କଣ୍ଟେନର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସାତଭାୟା ସମୁଦ୍ର କୂଳରେ ଲାଗିଛି ଦୁଇ ଦୁଇଟି ବିରାଟକାୟ କଣ୍ଟେନର। ଯାହା କୁ ଦେଖି ପ୍ରଥମେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟ ପ୍ରକାଶ କରିଥିଲେ ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ କଣ୍ଟେନର ନିକଟକୁ ଲୋକ ନଯାଇ ଦୂରରୁ ଦେଖୀ ରହିଥିଲେ । ଏହି କଣ୍ଟେନର ଟି କୌଣସି ଏକ ଜାହାଜରୁ ଭୁଲ ବଶତଃ ଖସିପଡି ଭାସିଆସି ସାତଭାୟା ସମୁଦ୍ର କୂଳରେ ଲାଗିଛି ବୋଲି ଅନୁମାନ କରାଯାଉଛି । ଏହି କଣ୍ଟେନର ଉପରେ I .T .T. LINE privite ଲିମିଟେଡ଼ ଲେଖାଥିବା ଦେଖିବାକୁ ମିଳିଛି । କିଛି ସମୟ ପରେ କିଛି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ କଣ୍ଟେନର ଟିକୁ ଖୋଲି ଦେଖିଥିଲେ ଏହି କଣ୍ଟେନର ଭିତରେ ରହିଥିଲା ସୁକିଲା ଖାଦ୍ୟସହ ,ବସ୍ତ୍ର,ଚପଲ, ପାଣି ବୋତଲ ଓ ସ୍ନାକ୍ସ ଫୁଡ ଯାହାକୁ ଅଖା ଓ ବ୍ୟାଗରେ ପୁରାଇ ମନଇଚ୍ଛା ସ୍ଥାନୀୟ ଲୋକ ମାନେ ଲୁଟିନେଇ ଥିଲେ ।ଏହି କଣ୍ଟେନର କେଉଁ ଦେଶରୁ କି କେଉଁ ରାଜ୍ୟ ରୁ ଆସିଛି ଆସି ସାତଭାୟା ସମୁଦ୍ର କୂଳରେ ଲାଗିଛି ତାହାର କୌଣସି ଅତା ପତା ଏପର୍ଯ୍ୟନ୍ତ ମିଳିନାହିଁ ।ଗତ ସେପ୍ଟେମ୍ବର ୧ ତାରିଖ ଦିନ ରାତିରେ ଏହି ଦୁଇ କଣ୍ଟେନର ସାତଭାୟା ସମୁଦ୍ର କୂଳରେ ଲାଗିବା ଫଳରେ ଲୋକ ମାନେ ସମୁଦ୍ର କୁଳରୁ ନାନାଦି ପ୍ରକାର ଜିନିଷ ବୋହି ନେଇ ଥିବାର ଦେଖି ସଂନ୍ଦେହ ହେବାରୁ ରାଜନଗର ବନ ବିଭାଗ ଅଧିନସ୍ତ ସାତଭାୟା ଫରେଷ୍ଟର ରଂଜିତ ରାଉତ ତାଙ୍କ ଜଙ୍ଗଲ ସୁରକ୍ଷା କର୍ମୀ ଙ୍କୁ ସାଥିରେ ନେଇ କଣ୍ଟେନର କୁ ଜଗି ରହିଥିଲେ । ଶେଷରେ ଦୁଇ କଣ୍ଟେନରରୁ ଉପଯୁକ୍ତ ଜିନିଷ ବାହାରିବା ପରେ ଅନେକଙ୍କ ମଧ୍ୟରେ ଅନେକ କଥା ଶୁଣିବାକୁ ମିଳିଥିଲା ହେଲେ ବନବିଭାଗ ଏହାର ସଠିକ କାରଣ ଖୋଜୁଛନ୍ତି ଅର୍ଥାତ ଏହା କେଉଁଠୁ ଆସିଛି , କେମିତି ଆସିଛି ତାହାର କାରଣ ଖୋଜି ପାଇନାହିଁ । ଅନ୍ୟ ପକ୍ଷରେ ଯାହା ସଂନ୍ଦେହ କରାଯାଉଛି ସମୁଦ୍ର ସେପଟେ ଥିବା ବାଂଲାଦେଶରେ ବନ୍ୟା ଆସିଥିବାରୁ ସେଠାରେ ଲୋକେ ନାଇଁନଥିବାର ସମ୍ମୁଖୀନ ହୋଇଛନ୍ତି। ତେବେ ସେଠାକାର ପ୍ରଶାସନ ବନ୍ୟାଞ୍ଚଳର ଲୋକ ମାନଙ୍କୁ ଯେଉଁ ରିଲିଫ ଦେବା ପାଇଁ କଣ୍ଟେନର ସାହାଯ୍ୟରେ ସୁକିଲା ଖାଦ୍ୟ ,ବସ୍ତ୍ର,ଚପଲ, ପାଣି ବୋତଲ ଓ ସ୍ନାକ୍ସ ଫୁଡ ବଡ଼ ଜାହାଜ ଯୋଗେ ସମୁଦ୍ର ପଥ ଦେଇ ଯାଉଥିବା ବେଳେ କୌଣସି ଦୁର୍ଘଟଣା ବଶତଃ ଏଭଳି ହୋଇଥିବାରୁ ଦୁଇ କଣ୍ଟେନର ଜାହାଜରୁ ଅଲଗା ହୋଇ ସାତଭାୟା ସମୁଦ୍ର କୂଳରେ ଲାଗିଥିବାର ସଂନ୍ଦେହ କରାଯାଉଛି।ଅନ୍ୟପଟେ ପ୍ରଶ୍ନ ସୃଷ୍ଟି ହୋଇଛି ଯଦି ଜାହାଜରେ ଏହି ଦୁଇ କଣ୍ଟେନର ଯାଉଥିବା ବେଳେ କୌଣସି ବଶତଃ ଅଲଗା ହୋଇଗଲା ତେବେ ଯେଉଁ ଜାହାଜ ରେ କଣ୍ଟେନର ଯାଉଥିଲା ସେ ଜାହାଜ କୁଆଡେ ଗଲା। ତେବେ ଏହି ସମସ୍ତ ଘଟଣାକୁ ବନ ବିଭାଗ ତରଫରୁ ତଦନ୍ତ ଜାରି ରହିଥିବାର ବିଶେଷ ସୂତ୍ରରୁ ଜଣା ପଡିଛି, ତଦନ୍ତ ପରେ ସମସ୍ତ ଘଟଣାର ସତ୍ୟା ସତ୍ୟ ବାହାରକୁ ଆସିବ.,।

Advertisement
Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights