ନକଲି ସୁନା ଦେଇ ବ୍ୟାଙ୍କରୁ ୮୪ ଲକ୍ଷ ଟଙ୍କା ନେବା ଘଟଣା , ଠକ ବଣ୍ଟି ଆଚାରୀ ଫେରାର

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ସର୍ବ ପ୍ରଥମେ BNSରେ ଖବର ପ୍ରସାରଣ ପରେ ତନାଘନା କରୁଛି ୟୁକ ବ୍ୟାଙ୍କ କତୃପକ୍ଷ l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳି ଯାଇଛି l ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କ ସୁନା ଆପ୍ରlଇଜର ଭାବେ ଗତ ତିନି ବର୍ଷ ଧରି ପି ସତ୍ୟରାମ ଆଚlରି ଦାୟିତ୍ୱ ତୁଲାଉ ଥିଲେ l ଏହାର ସୁଯୋଗ ନେଇ ଗତ ଏକ ବର୍ଷ ପୂର୍ବେ ଚତୁରତା ସହ ନିଜ ବଜାର ଉପରେ ଥିବା ସୁନ ଦୋକାନ ରେ କାମ କରୁଥିବା ଗରିବ ଶ୍ରଣୀ ର ଝିଅ ରୁନୁ ବାଳl ପ୍ରଧାନଙ୍କ ଦସ୍ତଖତ ଚତୁରତା ସହ ନେଇ l

Advertisement

ନିଜ ଡୁପ୍ଲିକେଟ ସୁନା ଅଳଙ୍କlର ୟୁକ ବ୍ୟାଙ୍କରେ ବନ୍ଧକ ରଖି 30 ଲକ୍ଷ୍ ଟଙ୍କା ଉଠାଇ ନିଜ ଆକାଉଣ୍ଟ ନେଇ ଯାଇଛନ୍ତି l ଏବଂ ଏଭଳି ନିଜ ଦୋକାନରେ କାମ କରୁଥିବା ଦୁଇ ଗରିବ ଅସହାୟ ଯୁବକ ଓ ଯୁବତୀ ଙ୍କ ନାମରେ 50 ଲକ୍ଷଟଙ୍କାର ଡୁପ୍ଲିକେଟ ସୁନl ୟୁକ ବ୍ୟାଙ୍କରେ ବନ୍ଧକ ରଖି ସମସ୍ତ ଟଙ୍କା ଧରି ପି ସତ୍ୟ ରାମ ଆଚାରୀ ଚମ୍ପଟ ମାରିଛନ୍ତି l ତେବେ ଉକ୍ତ ସୁନl ନୀଲାମ ସମୟ ରେ ଯାଞ୍ଚ ବେଳେ ଡୁପ୍ଲିକେଟ ସୁନା ହୋଇଥିବା ଘଟଣା ଟି ଲୋକ ଲଚନ କୁ ଆସିଥିଲା l ଏହି 84 ଲକ୍ଷ୍ ଟଙ୍କା ର ସ୍କାମ ପଛରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜେର ଙ୍କ ହାତ ରହିଥିବା ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି l ତେବେ ଏହି ସୁନା ସ୍କାମରେ ନିରୀହ ଝିଅ ରୁନୁ ବାଳl ପ୍ରଧାନ କହିଛନ୍ତି ମୋର ଘରେ ଖାଇବାକୁ ନାହିଁ ମୁଁ ସୁନା ଦେଖି ନାହିଁ ବ୍ୟାଙ୍କ ଵାଲା ଆସିଲେ 34 ଲକ୍ଷ ଟଙ୍କା ର ନୋଟିସ ଦେଇ ଚାଲି ଗଲେ l ମତେ ଯଦି ଆଇଟି ବିଭାଗ ତଦନ୍ତ କରନ୍ତି କିମ୍ବା ମୋର ଯଦି କିଛି ଅସୁବିଧା ହୁଅ ତାହା ହେଲେ ସୁନା ଦୋକାନୀ ବଣ୍ଟି ଓରଫ ପି ସତ୍ୟ ରାମ ଆଚାରୀ ଦlଇ ରହିବେ ବୋଲି କହିଛନ୍ତ l ଏହି ଘଟଣା ପରେ ପରିବାର ମଧ୍ୟରେ ଚିନ୍ତା ଘାରିଛି ଘରେ ବେମାର ପଡି ଥିବା ରୁନୁ ବାଳା ଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି l

ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୁନା ଆପ୍ରlଇଜର କୁ ତଦନ୍ତ ପରିସରକୁ ଆଣି ଗରିବ ଝିଅ ରୁନୁ ବାଳl ପ୍ରଧାନ କୁ ନ୍ୟlୟ ପ୍ରଦାନ କରିବା ନିମନ୍ତେ ଅଞ୍ଚଳବାଷୀ ଦାବୀ କରିଛନ୍ତି ଏନେଇ ବ୍ୟାଙ୍କ କତୃପକ୍ଷ ଉପରସ୍ଥ ଅଧିଆରୀ ଙ୍କୁ ଅବଗତ କରିଛନ୍ତି l ଉପରସ୍ଥ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କହିଛନ୍ତି ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି l ଘଟଣା ପରେ ବଣ୍ଟି ଆଚାରୀ ଦୋକାନ ବନ୍ଦ କରି ଫେରାର ଅଛନ୍ତି କେବେ ନିରୀହ ଝିଅ ନ୍ୟାୟ ପାଇବ କେବେ ଆଇନ ଅନୁଯାୟୀ ବଣ୍ଟି ଗିରଫ ହେବେ ତାହା ସମସ୍ତେ ଅପେକ୍ଷା କରିଛନ୍ତି l

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights