ସ୍ୱାମୀ ସାଜିଲା ସୈତାନ; ସମ୍ଭୋଗ ପାଇଁ ପର ପୁରୁଷଙ୍କ ପାଖରେ ନିଜ ସ୍ତ୍ରୀକୁ ସମର୍ପି ଦେଲା ସ୍ୱାମୀ

Creat A Revolution

France Gang Rape Case: ଫ୍ରାନ୍ସର ଏକ ଘଟଣାକୁ ନେଇ ଏବେ ସାରା ବିଶ୍ବ ସ୍ତବ୍ଧ । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିଦ ବଟିକା ଏବଂ ଆଣ୍ଟି ଆଙ୍ଗଜାଇଟି ଔଷଧ ଖୁଆଇ, ବେହୋସ କରାଇବା ପରେ ଶତାଧିକ ଲୋକଙ୍କ ଦ୍ବାରା ଦୁଷ୍କର୍ମ କରାଇଛନ୍ତି । ମାମଲା ଏବେ କୋର୍ଟରେ ଚାଲିଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ତାଙ୍କ ସ୍ବାମୀଙ୍କ ନିମନ୍ତ୍ରଣ କ୍ରମେ ଯେମିତି ଲୋକମାନେ ତାଙ୍କ ଘର ଆଗରେ ଲାଇନ୍ ଲଗାଉଥିଲେ, ଏବେ କୋର୍ଟରେ ଟେଷ୍ଟିମୋନି ଦେବାକୁ ସେମତି ଲାଇନ ଲଗାଇଛନ୍ତି । ତେବେ ଏ ଘଟଣା ପଦାକୁ ଆସିଲା କେମିତି !

ଘର ଢିଙ୍କି ଯଦି କୁମ୍ଭୀର ପାଲଟେ, ତେବେ ଏଠି କହିବା କାହାକୁ… ଶୁଣିବ ବା କିଏ ! ସ୍ବାମୀ ଯଦି ସୈତାନ ସାଜେ, ତେବେ ସମାଜ ତାକୁ କି ଆଖ୍ୟା ଦେବ ! ପୁରାଣରେ ଆମେ ପଢ଼ିଛେ, ସାବିତ୍ରୀ ତାଙ୍କ ସ୍ବାମୀଙ୍କୁ ଯମଙ୍କଠାରୁ ଫେରାଇ ଆଣିଥିଲେ । କିନ୍ତୁ ଆଜିକା ଦୁନିଆରେ ଫ୍ରାନ୍ସର ଏମିତି ଜଣେ ସତ୍ୟବାନ ସାମ୍ନାକୁ ଆସିଛନ୍ତି, ଯିଏ ନିଜ ସାବିତ୍ରୀଙ୍କୁ ପର ପୁରୁଷଙ୍କୁ ସମ୍ଭୋଗ ପାଇଁ ସମର୍ପି ଦେଇଛନ୍ତି । ଫ୍ରାନ୍ସର ଏହି ଖବର, ଏବେ ସାରା ବିଶ୍ବରେ ଚର୍ଚ୍ଚାର ଖବର ପାଲଟିଛି । ଦେଖନ୍ତୁ ଏ ଦୃଶ୍ୟକୁ । ଏଠି ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ । କୌଣସ ଦୋକାନ ବା ସପିଂ ମଲ୍ ଆଗରେ ଏ ଧାଡ଼ି ଲାଗିନି କିମ୍ବା ଏସବୁ ଲୋକ ଗ୍ରାହକ ନୁହଁନ୍ତି । ହଁ, ଏମାନେ ଦିନେ ଥିଲେ ଗ୍ରାହକ, ଏବେ କିନ୍ତୁ ଅଭିଯୁକ୍ତ । ଫ୍ରାନ୍ସର କୋର୍ଟ ଆଗରେ ଲାଇନ୍‌ରେ ଛିଡ଼ା ହୋଇଥିବା ଏ ଲୋକମାନେ ଜଣେ ଜଣେ ଦୁଷ୍କର୍ମ ଅଭିଯୁକ୍ତ । ଏମାନଙ୍କ ବିରୋଧରେ ଟ୍ରାଏଲ୍ ଚାଲିଥିବା ବେଳେ ଟେଷ୍ଟିମୋନି ପାଇଁ ଏମାନେ କୋର୍ଟକୁ ଆସିଛନ୍ତି । କେଉଁଠି ଦୁଷ୍କର୍ମ କରିଛନ୍ତି ଏମାନେ ? କାହାକୁ ଦୁଷ୍କର୍ମ କରିଛନ୍ତି ? ହଁ, ଆଜ୍ଞା ଜଣେ ମହିଳାଙ୍କୁ ହିଁ ଏମାନେ ଦୁଷ୍କର୍ମ କରିଛନ୍ତି ।

ତାହା ପୁଣି ମହିଳାଙ୍କ ସ୍ବାମୀଙ୍କ ନିମନ୍ତ୍ରଣ କ୍ରମେ ଏବଂ ଭିନ୍ନ ଭିନ୍ନ ସମୟରେ । ଗତ ଦୁଇ ଦଶନ୍ଧି ଧରି ମହିଳାଙ୍କୁ ତାଙ୍କ ସ୍ବାମୀ ଡୋମିନିକ୍ ପେଲିକଟ୍ ଏମିତି ଶହ ଶହ ପର ପୁରୁଷଙ୍କ ଦ୍ବାରା ଦୁଷ୍କର୍ମ କରାଇଥିବା ଏବେ ସାମ୍ନାକୁ ଆସିଛି । ମହିଳାଙ୍କୁ ନିଦ ଏବଂ ଆଣ୍ଟି ଆଙ୍ଗଜାଇଟି ବଟିକା ଦେଇ ବେହୋସ କରାଇ ଦେଉଥିଲେ । ଖାଦ୍ୟ କିମ୍ବା ୱାଇନରେ ମହିଳାଙ୍କୁ ନିଦ ବଟିବା ଏବଂ ଆଣ୍ଟି ଆଙ୍ଗଜାଇଟି ଦେଇ ସମ୍ପୂର୍ଣ୍ଣ ବେହୋସ କରାଇବା ପରେ ଅନ୍ୟମାନଙ୍କୁ ଡାକୁଥିଲେ ଡୋମିନିକ୍ । କୋର୍ଟରେ ବର୍ତ୍ତମାନ ଯେମିତି ଅଭିଯୁକ୍ତମାନେ ଲାଇନରେ ଛିଡ଼ା ହୋଇଛନ୍ତି, ଠିକ୍ ସେମିତି ଡୋମିନିକ୍ ପେଲିକଟଙ୍କ ନିମନ୍ତ୍ରଣ କ୍ରମେ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ତାଙ୍କ ଘର ଆଗରେ ଲାଇନରେ ଛିଡ଼ା ହୋଇ ରହୁଥିଲେ । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ଥର ଡୋମିନିକ୍ ପେଲିକଟଙ୍କ ଘରକୁ ଯାଇ ତାଙ୍କ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି । ୨୬ରୁ ୭୪ ବୟସ ବର୍ଗର ଲୋକେ ଡୋମିନିକଙ୍କ ସ୍ତ୍ରୀଙ୍କୁ କରିଛନ୍ତି ଦୁଷ୍କର୍ମ । ଏପରିକି ଜଣେ HIV ପଜିଟିଭ୍ ବ୍ୟକ୍ତି ଡୋମିନିକଙ୍କ ନିମନ୍ତ୍ରଣ କ୍ରମେ ତାଙ୍କ ସ୍ତ୍ରୀଙ୍କୁ ୬ ଥର ଦୁଷ୍କର୍ମ କରିଛନ୍ତି । ବାହାର ଲୋକେ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରୁଥିବା ବେଳେ ଡୋମିନିକ୍ ଫଟୋ ଏବଂ ଭଡିଓ ଉଠାଉଥିଲେ । ସେସବୁକୁ ନିଜ କଂପ୍ୟୁଟରରେ ସାଇତି ରଖିଥିଲେ । ସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ବେହୋସ୍ କରାଇ ଡୋମିନି୍କ ତାଙ୍କ ପ୍ରତି ଏଭଳି ନିର୍ଯାତନା କରୁଥିଲେ ।

ପୁଣି ଆଣ୍ଟି ଆଙ୍ଗଜାଇଟି ଔଷଧ ପାଇଁ ମହିଲା ଜଣକ ବିଶେଷ କିଛି Uneasy ଅନୁଭବ କରିପାରୁ ନଥିଲେ । କିନ୍ତୁ ସତ କେତେ ଦିନ ବା ଲୁଚି ରହିବ ! ହଠାତ୍ ଦିନେ ପୋଲିସ୍ ହାବୁଡ଼ରେ ପଡ଼ିଗଲେ ଡୋମିନିକ୍ ପେଲିକଟ୍ । ଏକ ସପିଂ ମଲ୍‌ରେ ମହିଳାଙ୍କ ଫଟୋ ଉଠାଇଥିବା ବେଳେ ପୋଲିସ ତାଙ୍କୁ ଧରିଲା । ଆଉ ତାଙ୍କ ପାଖକୁ ମିଳିଲା ଏକ ପେନ ଡ୍ରାଇଭ୍ । ପେନ ଡ୍ରାଇଭରୁ କିଛି ଆପତ୍ତିଜନକ ଫଟୋ ଏବଂ ଭିଜୁଆଲ୍ ମିଳିବା ପରେ ଡୋମିନିକ୍ ପେଲିକଟଙ୍କ ଘରକୁ ଯାଇ ଖୋଳତାଡ଼ କରିଥିଲା । ଆଉ ତାଙ୍କ କଂପ୍ୟୁଟରରୁ ଯାହା ମିଳିଲା, ତାହା ପୋଲିସକୁ ତାଜୁବ୍ କରିଦେଲା । କେବଳ ଫ୍ରାନ୍ସ ପୋଲିସ୍ କାହିଁକି ଏହି ଘଟଣାରେ ସାରା ବିଶ୍ବ ସ୍ତବ୍ଧ । ଡୋମିନିକ୍ ପେଲିକଟଙ୍କ କଂପ୍ୟୁଟରରୁ କଣ ମିଳିଛି ଜାଣଇଛନ୍ତି । ୨୦ ହଜାରରୁ ଅଧିକ ଫଟୋ ଏବଂ ଭିଜୁଆଲ୍ । ଫଟୋ ଏବଂ ଭିଜୁଆଲରେ ଯଦି କେହି ଜଣେ ମହିଳା ଥାନ୍ତି, ତେବେ ସେ ଜଣକ ଡୋମିନିକ୍ ପେଲିକଟଙ୍କ ସ୍ତ୍ରୀ । ଆଉ ସବୁ ପରପୁରୁଷ । ଫ୍ରାନ୍ସ ପୋଲିସ ଡୋମିନିକ୍ ପେଲିକଟଙ୍କ ସମେତ ଶତାଧିକ ଲୋକଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ୧୪ ଜଣ ଅଭିଯୁକ୍ତ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights