କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସିରିକି ଘାଇ, ଘୁ.ଉଦୟଗିରି ଠାରେ ଜନ ବିକାସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛିା ଏହି ସାଧାରଣ ବୈଠକ କୁ ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ପୈାରହିତ କରିଥିବା ବେଳେ ଅନ୍ୟ ସଦସ୍ୟ ଅନୁଷ୍ଠାନ ମାନଙ୍କର ମୂଖ୍ୟ ଅଧିକାରୀ ଯଥା ନୀପିିଡିତ,ଜାଗୃତି; ବନବାସୀ ସେବା ସମିତି; ଶାନ୍ତି ମୈତ୍ରୀ, ସ୍ୱାତୀ; ସମନ୍ୱୟ, ହାଇ ହୋପ ସୋସାଇଟି; ଫାରେଲ; ଆଜକା; ଜି.ଏମ.ସ., ପ୍ରଦାତା; ସେବା, ଆମ ଗାଁ, କଳିଙ୍ଗ ସେବା ସଦନ, ସାହାରା, ସେବା ଭାରତି, ଗ୍ରାମ ବିକାଶ, ଆସଟ, ଅଗ୍ରଗାମୀ, ପାହଡ, ଆଇ.ଆଇ.ଏସ୍. ଡବ୍ଲୁ., ନିୟୁ ଭିଜନ ଇଣ୍ଡିଆ, ସାଲୁଙ୍କି, ପରିବେସ, ଲଭ ଇଣ୍ଡିଆ, ଓ ସେବା ଜଗତ ଭଳି ସମୁଦାୟ ୨୭ ଟି ସ୍ୱଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି ପି.ଏ.ଜି ର ବିଭିନ୍ନ କାର୍ଯ୍ୟପ୍ରଣାଳି ଓ ବାର୍ଷିକ କାର୍ଯ୍ୟଖସଡା ବିଷୟରେ ଆଲୋଚନା କରିଥିଲେ । ସଭାର ପ୍ରାରମ୍ଭରେ ଜନ ବିକାଶ ର ଅଧକ୍ଷ ଫାଦର ମଦନ ସୁଆଲସିଂ ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ କରିଥିଲେ । ସଭା ଆରମ୍ଭରେ ସ୍ୱର୍ଗବ୍ୟାପି ସାମାଜିକ କର୍ମୀ ଗଦାଧର ନାୟକ, ଚିତ ଭାଇ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଙ୍କ ସ୍ମୁତି ରେ ଶୋକ ପ୍ରାର୍ଥନା କରାଯାଇଥିଲା ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅନୁଷ୍ଠାନର ମୁଖ୍ୟମାନେ ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟଧାରା ଓ ସରକାରଙ୍କ ନୀତି କୁ ଦୃଷ୍ଟିରେ ରଖି ବିଭିନ୍ନ ଆଲୋଚନା କରିଥିଲେ । ପି.ଏ.ଜି. ତାହାର ୪୦ ବର୍ଷ ପୂରଣ ସମାରହୋ କରିବା ର ପ୍ରସ୍ତୁତି ପାଇଁ ଆଲୋଚନା କରିଥିଲେ । ସଦସ୍ୟ ଅନୁଷ୍ଠାନ ଙ୍କ ବିଭିନ୍ନ କାର୍ଯ୍ୟଧାରା ରେ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ପାଇଁ ଯୋଜନା କରାଯାଇଥିଲା । ଜିଲ୍ଲା ପ୍ରଶାସନ କିପରି ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ସଂଯୋଜନା କରି ଜିଲ୍ଲାରେ ଗତ ୨୦୧୬ ମସିହାରୁ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସ୍ୱଚ୍ଛାସେବୀ ସମନ୍ୱୟ ବୈଠକକୁ ପୁର୍ନରବାର କରି ବିକାଶ କାର୍ଯ୍ୟକ୍ରମ କୁ ତୃଣମୂଳ ତ୍ତସ୍ତରରେ ସୁଦୃଢ କରି ସେ ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାମାଜିକ ଅନୁଷ୍ଠାନ ର ବିକାଶ କାର୍ଯ୍ୟକ୍ରମ କୁ ଜିଲ୍ଲା ଓ ବ୍ଲକ ପ୍ରଶାସନ କୁ ଅବଗତ କରିବା ସହିତ ଲୋକ ମାନଙ୍କ ସମସ୍ୟା କୁ ଗୁରୁତ୍ୱ ସହିତ ପ୍ରତିପାଦନ କରିବା ପାଇଁ ସମସ୍ତେ ପ୍ରୟାସ ରଖିବେ ବୋଲି ମତ ରଖିଥିଲେ । ସଭ୍ୟ ଅନୁଷ୍ଠାନ ପଂଚାୟତ , ବ୍ଲକ ଓ ଜିଲ୍ଲା ରେ ପ୍ରଶାସନର କାର୍ଯ୍ୟକ୍ରମକୁ ସଫଳ ରୁପାୟନ ପାଇଁ ବିଭିନ୍ନ ସଭା ସମିତି ରେ ଆଲୋଚନା ଜାରି ରଖିବା ପାଇଁ ପି.ଏ.ଜି ର ଆବାହକ ଇଂ ହରିଶଙ୍କର ରାଉତ କହିଥିଲେ ।
ଲିଙ୍ଗରାଜ ପ୍ରଧାନ, ସଷ୍ଟି ପ୍ରସାଦ ମିଶ୍ର, କିଶୋର ବଳିଆର ସିଂ, ଜଳନ୍ଧର ବେହେରଦଳାଇ, ସତ୍ୟ ପଟ୍ଟନାୟକ, ରାନୁବାଳା ମହାନ୍ତି, ପ୍ରଦିପ ଦାସ, କେସମତି ପ୍ରଧାନ, ନୁତନ ନାୟକ, ଅମିତ କୁମାର ନାୟକ, , ବିମଳ କିଶୋର ପରିଛା, ଅଶୋକ ପ୍ରଧାନ, ବିଶ୍ୱଜିତ ସାହୁ, ମହମଦ ଯିଆଉଦିନ, ସଙ୍ଗ୍ରାମ କେଶରୀ ନାୟକ, ପଂଚାନନ ମିଶ୍ର, ମୋହିତ ନାୟକ, ବରଦା ପ୍ରସନ ନାୟକ, କୈଳାଶ ଚନ୍ଦ୍ର ଦଣ୍ଡପାଟ, ଶାନ୍ତନୁ ମିଶ୍ର, ସୁକାନ୍ତ ନାୟକ, ଅନୁଷ୍ଠାନ ର ବିଭିନ୍ନ କର୍ଯ୍ୟଖସଡା ଦିଗରେ ମତ ରଖିଥିଲେ । ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସାମୁହିକ ଭୋଜି ରେ ସମସ୍ତେ ଯୋଗଦେଇ ଥିଲେ ପ୍ରକୃତି ର ସୈାନ୍ଦର୍ଯ୍ୟ କୁ ଉପଭୋଗ କରିଥିଲେ । ଦିର୍ଘ ୪୦ ବର୍ଷ ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘ ର କାର୍ଯ୍ୟଶ÷ଳି କୁ ଓଡିଶା ର ଅନ୍ୟ ଜିଲ୍ଲା ମାନେ ଆଦର୍ଶ ଭାବେ ଗ୍ରହଣ କରିବା ଆମ ସମସ୍ତ ଙ୍କ ପାଇଁ ଗର୍ବ ଓ ଗୈାରବ । ଏହି ଗାରିମା ଆମେ ସମସ୍ତ ସଭ୍ୟ ଅନୁଷ୍ଠାନ ଅଖୁଣ୍ଣ ରଖିବା ବୋଲି ସଂକଳ୍ପ ନେଇଥିଲେ । ସଭାର ଆଭିମୁଖ୍ୟ ସଫଳତା ସହିତ ସଂଚାଳନ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।
Discover more from bnslive.in
Subscribe to get the latest posts sent to your email.