କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ : ରାହୁଲଙ୍କ ଏସି କଣ୍ଟେନରକୁ ନେଇ ଚର୍ଚ୍ଚା

Creat A Revolution

ନୂଆଦିଲ୍ଲୀ -: କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିବା ପ୍ରାୟ ୨୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦଳର ବରି‌ଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଗୋଟାଏ ବିଶେଷ ଧରଣର ଶୀତତାପ ନିୟନ୍ତ୍ରିତ ‘କଣ୍ଟେନର୍‌’ରେ ରାତ୍ରୀଯାପନ କରୁଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ୨୩୦ଜଣ ନେତାଙ୍କ ପାଇଁ ଟ୍ରକ୍‌ରେ ଲଦା ହୋଇ ୬୦ଟି ‘କଣ୍ଟେନର୍‌’ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଛି। ଦଳର ବରିଷ୍ଠ ନେତାମାନେ ୨ ଶଯ୍ୟାବିଶିଷ୍ଟ ‘କଣ୍ଟେନର୍‌’ରେ ରାତ୍ରଯାପନ କରୁଥିବା ବେଳେ ଅନ୍ୟ ଯାତ୍ରୀମାନେ ୬ଟିକିଆ ଅଥବା ୧୨ଟିକିଆ ଶଯ୍ୟା ଥିବା ‘କଣ୍ଟେନର୍‌’ରେ ରହୁଛନ୍ତି। ଅଧିକାଂଶ ‘କଣ୍ଟେନର୍‌’ରେ ଏ.ସି. ନ ଥିଲେ ବି ସଂଲଗ୍ନ ଶୌଚାଳୟ ରହିଛି।

Advertisement

ଦଳର ନେତା ଜୟରାମ ରମେଶ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ପ୍ରାୟ ୨ ଏକର ସ୍ଥାନ ପରିିତ ଅସ୍ଥାୟୀ ଶିବିରସ୍ଥଳରେ ପ୍ରତି ରାତିରେ ଉକ୍ତ ‌କଣ୍ଟେନର୍‌ଗୁଡ଼ିକୁ ରଖାଯାଉଛି। କିନ୍ତୁ, ଏଥିରେ ଖାଦ୍ୟ ଖାଇବା ଓ ବୈଠକ କରିବା ପାଇଁ ସୁବିଧା ନାହିଁ। ତା’ ଭିତରେ ଟେଲିଭିଜନ୍ ନାହିଁ କିନ୍ତୁ, ପଙ୍ଖା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି,

କେତେକ ଅତିଥି ଯାତ୍ରୀଙ୍କ ସହିତ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ୩,୫୭୦ କିଲୋମିଟର୍ ଦୂର ପଥ ଯାତ୍ରା କରୁଥିବା ରାହୁଲ୍‌ ଗାନ୍ଧୀଙ୍କ ସମେତ ୧୧୯ଜଣ ‘ଭାରତ ଯାତ୍ରୀ’ ଉକ୍ତ ‘କଣ୍ଟେନର୍‌’ଗୁଡ଼ିକରେ ରହିବେ। ଗୋଟିଏ ଘରୋଇ କମ୍ପାନିର ଏହି ‘କଣ୍ଟେନର୍‌’ ସବୁ ଟାଟା ଟ୍ରକ୍‌ରେ ମୁମ୍ବାଇରୁ ଅଣାଯାଇଛି। ସେ କହିଛନ୍ତି, ଗତକାଲିଠାରୁ ଆମେ ଉକ୍ତ କଣ୍ଟେନର୍‌ରେ ରହୁଛୁ। ୨୩୦ଜଣ ବ୍ୟକ୍ତି ରିହବା ପରି ୬୦ଟି ‘କଣ୍ଟେନର୍‌’ ରହିଛି। ଟ୍ରକ୍‌ରେ ଲଦା ହୋଇ ପ୍ରତିଦିନ ଉକ୍ତ ‘କଣ୍ଟେନର୍‌’ ସବୁକୁ ନୂଆ ସ୍ଥାନକୁ ନିଆଯିବ। କେତେକ ‘କଣ୍ଟେନର୍‌’ ୧ ଶଯ୍ୟାବିଶିଷ୍ଟ, କେତେକ ୨ ଶଯ୍ୟାବିଶିଷ୍ଟ, କେତେକ ୪ ଶଯ୍ୟାବିଶିଷ୍ଟ ଓ ଆହୁରି କେତେକ ୧୨ ଶଯ୍ୟାବିଶିଷ୍ଟ ଅଟେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights