ଭୁବନେଶ୍ୱର -: ଦାବି ପୂରଣ ପାଇଁ ଗତ୧୮ ତାରିଖରେ ପୂରା ରାଜଧାନୀକୁ କବ୍ଜା କରିନେଲେ ଓଡ଼ିଶା ଡ୍ରାଇଭର ମହାସଂଘର ଲକ୍ଷାଧିକ ଆନ୍ଦୋଳନକାରୀ । ହିଂସାକାଣ୍ଡ ଘଟାଇଲେ, ମାଡ଼ ମାରିଲେ ।
ଏମିତିକି ମାଷ୍ଟରକ୍ୟାଣ୍ଟିିନ୍ ଛକରେ ଥିବା ଐତିହ୍ୟ ଘୋଡ଼ା ଉପରକୁ ଚଢ଼ିଗଲେ । ଯାହାକୁ ରାଜଧାନୀର ପରିଚୟ କୁହାଯାଏ, ସେହି ଘୋଡ଼ା ଉପରେ ନାଚିଲେ, କୁଦିଲେ । ଏହା ବୁଦ୍ଧିଜୀବୀ, ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ନିଜର ହକ୍ ପାଇଁ ଆନ୍ଦୋଳନ କରିବା ସମସ୍ତଙ୍କର ଗାଣତାନ୍ତ୍ରିକ ଅଧିକାର ।
କିନ୍ତୁ ଐତିହ୍ୟକୁ ଏପରି ଅସମ୍ମାନ କରିବା ଲଜ୍ଜାଜନକ ଘଟଣା ବୋଲି ମତପ୍ରକାଶ ପାଇଛି । ମନ୍ଦିରମାଳିନୀ ଭୁବନେଶ୍ୱରରେ ଐତିହ୍ୟ ଓ ସ୍ଥାପତ୍ୟକୁ କୁଠାରାଘାତ କରିବା ସହିତ ଅସମ୍ମାନ କରିବା ନିନ୍ଦନୀୟ ବୋଲି କହିଛନ୍ତି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା । ସେମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନେତୃତ୍ୱ ନେଉଥିବା ଡ୍ରାଇଭରଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।
Discover more from bnslive.in
Subscribe to get the latest posts sent to your email.