ସତ୍ୟବାନ ସାବିତ୍ରୀ କଳିର ପରିଣତି, ସାବିତ୍ରୀ ବ୍ରତରେ ଆରପାରିକୁ ଚାଲିଗଲେ ବିଜୁଳି

Creat A Revolution

ବଲାଙ୍ଗୀର/ସଇଁନ୍ତଳା -: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଆଜି  ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ମହିଳାମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଗାଁ ଠୁ ସହର ପର୍ଯ୍ୟନ୍ତ ବେଶ ଉତ୍ସବମୁଖର। ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ତାଳବାହାଲ ଗାଁରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏପଟେ ସଧବାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରୁଥିବା ବେଳେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି।

Advertisement

ଘଟଣା ସମ୍ପର୍କରେ ସଇଁନ୍ତଲା ପୁଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ହେଲେ ତାଙ୍କର ସ୍ୱାମୀ ବନମାଳୀ ବଗର୍ତ୍ତି କୌଣସି କାମରେ ବାହାରକୁ ଯାଇଥିଲେ। ସେହି ସମୟରେ ବିଜୁଳି ବଗର୍ତ୍ତି(୨୬) ଆତ୍ମହତ୍ୟା କରିଥିଲେ। ଆଜି ସାବିତ୍ରୀ ବ୍ରତ ହୋଇଥିବା ବେଳେ ବିଜୁଳି ତାଙ୍କର ଜୀବନ ହାରି ଦେଇଛନ୍ତି, ଯାହାକୁ ନେଇ ଅଞ୍ଚଳରେ ଅନେକ ଚର୍ଚ୍ଚା ଜୋର ଧରିଛି। ବିଜୁଳିଙ୍କର ଏକ ଝିଅ ମଧ୍ୟ ରହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights