Creat A Revolution
ବଲାଙ୍ଗୀର -: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ମନରେଗାର ଆସିଷ୍ଟାଣ୍ଟ ପ୍ରୋଗ୍ରାମିଂ ଅଫିସର(ଏପିଓ) ସୁଶାନ୍ତ କୁମାର ଦାସ। ଏକ ପୋଖରୀ ମରାମତି କାମର ବିଲର ପ୍ରଥମ କିସ୍ତି ବିଲ୍ ପାସ କରିବା ଲାଗି ଅଭିଯୋଗକାରୀ (ଗ୍ରାମ ସାଥୀ)ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ।
Advertisement
ଘଟଣାସ୍ଥଳରୁ ୪୫ ହଜାର ଟଙ୍କା ବି ଜବତ କରାଯାଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।ସୁଶାନ୍ତ କୁମାର ଦାସ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି ସୂଚନା ମିଳିଛି।
Advertisement
Discover more from bnslive.in
Subscribe to get the latest posts sent to your email.