ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର

Creat A Revolution

https://t.me/bnslive ( join our telegram now)

Advertisement

କଟକ/ଭୁବନେଶ୍ୱର -: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ମିଶ୍ର ଯେଉଁଦିନ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସୂଚନା ଅନୁସାରେ, ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାର ମୁକ୍ତାଦେଇପୁର । ସେ ୧୯୮୩ରେ ମାଟ୍ରିକ ଓ ୧୯୮୭ରେ ଅନୁଗୁଳ କଲେଜରୁ ବିକମ୍ ପାସ୍ କରିବା ପରେ ୧୯୯୦ ମସିହାରେ ମଧୁସୂଦନ ଆଇନ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଆଡଭୋକେଟ୍ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୧ଜଣ ବିଚାରପତି ଅଛନ୍ତି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights