ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !

ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି ।

Advertisement
ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ଏହି ଉପ-ନିର୍ବାଚନରେ ୨୨,୬୩୦ ଖଣ୍ଡ ଭୋଟ୍ ପାଇ ଅମାନତ ହରାଇଥିବା ଶ୍ରୀମତୀ ପଣ୍ଡା କହିଛନ୍ତି, ଏହା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଜନାଦେଶ ନୁହେଁ ।

କେହି ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଲୋକେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ୍ ଦେଇଛନ୍ତି । ବିଜୁ ଜନତା ଦଳ ଶାସନରେ ଥିବାରୁ ଏ ନିର୍ବାଚନ ଜିତିବାକୁ ନିଜର ଅର୍ଥ ବଳ, ବାହୁ ବଳ ଓ ପ୍ରଶାସନିକ କଳକୁ ଲଗାଇ ଦେଇଥିଲା । କିନ୍ତୁ ଦୁଇ ଦିନ ତଳେ ସେମାନେ ପରାସ୍ତ ହେବେ ବୋଲି ଜାଣିବାକୁ ପାଇ ବିଚଳିତ ହୋଇଯାଇଥିଲେ । ଏଣୁ ସେମାନେ ଇଭିଏମ୍ ଟାମ୍ପରିଂ କରିବାକୁ ଯୋଜନା କରୁଥିବା ଆମେ ଶୁଣି ଥିଲୁ । କିନ୍ତୁ ଆଜି ତାହା ପ୍ରମାଣିତ ହୋଇଗଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!