ଭୁବନେଶ୍ୱର -: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । କେସ ନମ୍ବର ୩/୨୨ ଆଧାରରେ ଆଇପିସର ଧାରା ୪୨୦,୪୯୮,(A),୫୦୯, ଆଇଟି ଆକ୍ଟର ଧାରା ୬୭,୬୭(A)ରେ ଭଦ୍ରକରୁ ପତିକୁ ଗିରଫ କରିଛି କମିଶନରେଟ ପୋଲିସ ।
ଏନେଇ ପୋଲିସ ଉଭୟ ପତ୍ନୀ ଓ ପତିର ପରିଚୟ ଗୋପନ ରଖିଛି । ସୂଚନା ମୁତାବକ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ ଧିରେ ସ୍ବାମୀକୁ କିଛି ଟଙ୍କା ପଠାଉଥିଲେ ।ଯେଉଁ ଟଙ୍କାରେ ସ୍ବାମୀ ନିଶା ପିଇ ମାତାଲ ହେଉଥିଲା । ହେଲେ ପତ୍ନୀର ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ବାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ବର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ତେବେ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Discover more from bnslive.in
Subscribe to get the latest posts sent to your email.