ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା: ଜାଣନ୍ତୁ କେଉଁ ବାଟେ ଯାଇ ରଖିବେ ଗାଡ଼ି

ପୁରୀ -: ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍‌ ମାଳତୀପାଟପୁର ବସଷ୍ଟାଣ୍ଡରୁ ଯିବେ। ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ ମାଳତୀପାଟପୁର ROB ଦେଇ ତାଳବଣିଆରେ ପାର୍କିଂ କରିବେ। ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀପାଟପୁର ROB ଦେଇ ITI, ଇନଡୋର ଷ୍ଟାଡିୟମ୍‌ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପାର୍କିଂ କରିବେ ।

Advertisement
Subscribe Now BNS Bhakti

ବ୍ରହ୍ମଗିରିରୁ ଆସୁଥିବା ଗାଡି ମଙ୍ଗଳାଘାଟ ବାଇପାସ୍‌ ଦେଇ ଫ୍ଲୋରିସ୍‌ ଇଣ୍ଡିଆ ନିକଟରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ଗ୍ରୀଡ ଷ୍ଟେସନ୍‌ ଦେଇ ITI, ଭୂଦାନ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଦୁଇଚକିଆ ଗାଡି ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍‌ ଦେଇ ଜଗନ୍ନାଥ ବଲ୍ଳଭ, ମଶାଣୀ ଚଣ୍ଡୀ ଠାରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ସିଟି ରୋଡ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଳାଗ ଓ ନୀଳାଚଳ ଅଶୋକରେ ପାର୍କିଂ କରିବେ । ପାସ୍‌ ଥିବା ଗାଡି ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍‌, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥ ମନ୍ଦିର ନିକଟରେ ପାର୍କିଂ କରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!