ବୋଲବମ୍ ଭକ୍ତ ଯାଉଥିବା ରାସ୍ତାରେ ବନ୍ଦ ରହିବ ମଦ, ମାଂସ ଦୋକାନ

ଗୁରୁବାରଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଅର୍ଥାତ ଆସନ୍ତା କାଲିଠାରୁ ଆରମ୍ଭ ହେବ କାଓ୍ବଡିଆ ବା ବୋଲବମ ଯାତ୍ରା । ଏବର୍ଷ ଏହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖ​ଳାର ସହ ଶେଷ ହେବ ତାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କେତେକ ପଦକ୍ଷେପ ନେଇଛନ୍ତି । ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisement
BOL BAM rudrapur - Home | Facebook

ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି । ଏହା ସହିତ ଶାନ୍ତି ଶୃଙ୍ଖ​ଳା ରକ୍ଷା ପାଇଁ ଡ୍ରୋନ ମାଧ୍ୟମରେ ଯାତ୍ରା ଉପରେ ନଜର ରଖାଯିବ । ପୁଣି ଭକ୍ତମାନେ ଯାଉଥିବା ରାସ୍ତାରେ ଯେପରି ପାଣି ନ ଜମେ ତାହା ଉପରେ ଦୃଷ୍ଟି ଦିଆଯିବ । ଜିଲ୍ଲାପା​ଳ ସୁହାସ ୟତିରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏକ ବୈଠକରେ ବୋଲବମ ଯାତ୍ରା ଯେପରି ସୁରୁଖୁରୁରେ ସମାପ୍ତ ହୁଏ ସେ ନେଇ ସମୀକ୍ଷା କରାଯାଇଛି । କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେଲା ଉତ୍ତରପ୍ରଦେଶରେ ବୋଲବମ ଯାତ୍ରାକୁ ଅନୁମତି ଦିଆଯାଉନଥିଲା । ଏବର୍ଷ ଅନୁମତି ଦିଆଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!