୭୫ବର୍ଷ ତଳେ ଆଜିର ଦିନରେ ଉଦଘାଟିତ ହୋଇଥିଲା ଓଡିଶା ହାଇକୋର୍ଟ …

Creat A Revolution

କଟକ -: ୧୯୪୮, ଜୁଲାଇ ୨୬ ତାରିଖ। ଓଡ଼ିଶାର ନ୍ୟାୟିକ ଇତିହାସରେ ସୃଷ୍ଟି ହୋଇଥିଲା ନୂଆ ଅଧ୍ୟାୟ। ଐତିହାସିକ କଟକ ସହରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା ଓଡ଼ିଶା ହାଇକୋର୍ଟ। ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଏଚ. ଜେ. କାନିଆ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଆସିଫ ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ। ପାଟନା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବୀରକିଶୋର ରାୟ ହୋଇଥିଲେ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି। ତାଙ୍କ ସହିତ ଜଷ୍ଟିସ୍ ବି.ଜଗନ୍ନାଥ ଦାସ, ଜଷ୍ଟିସ୍ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ୍ ଆର.ଏଲ.ନରସିଂହମ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଆଜି ପାଳନ ‌ହେଉଛି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ। ବହୁ ଘାତ ପ୍ରତିଘାତ ଭିତରେ ଓଡ଼ିଶା ହାଇକୋର୍ଟ ବାସ୍ତବ ରୂପ ନେଇଥିଲା। ଓଡ଼ିଶା ହାଇକୋର୍ଟ ଅର୍ଡର, ୧୯୪୮, ଏପ୍ରିଲ ୩୦ ଅନୁସାରେ ଓଡ଼ିଶା ହାଇକୋର୍ଟ ପ୍ରତି‌ଷ୍ଠା ପାଇଁ ଭାରତ ସରକାର ଘୋଷଣାନାମା ଜ‌ାରି କରିଥିଲେ। ୧୯୪୮, ଜୁଲାଇ ୫ରେ ଓଡ଼ିଶା ରାଜ୍ୟ ପାଇଁ ସ୍ବତନ୍ତ୍ର ହାଇକୋର୍ଟ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଶେଷରେ ତାରିଖରେ ପରିବର୍ତ୍ତନ ହୋଇଥିଲା ଏବଂ ଜୁଲାଇ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା।

Advertisement

ବର୍ତ୍ତମାନର ବିଚାରପତିଗଣ


ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ହେଉଛି ୩୩। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ‌ଭାବେ ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଦାୟିତ୍ବ ନିର୍ବାହ କରୁଛନ୍ତି। ଏଥି ସହିତ ବିଚାରପତି ଭାବେ ଜଷ୍ଟିସ ଯଶୱନ୍ତ ସିଂହ, ଜଷ୍ଟିସ ଶୁଭାଶିଷ ତାଳପତ୍ର, ଜଷ୍ଟିସ ବିଶ୍ବଜିତ ମହାନ୍ତି, ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ, ଜଷ୍ଟିସ ଅରିନ୍ଦମ ସିହ୍ନା, ଜଷ୍ଟିସ୍ ଦେବବ୍ରତ ଦାଶ, ଜଷ୍ଟିସ ଶତ୍ରୁଘନ ପୂଜାହାରୀ, ଜଷ୍ଟିସ୍ ବିଶ୍ବନାଥ ରଥ, ଜଷ୍ଟିସ୍ ସଂଗମ କୁମାର ସାହୁ, ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ, ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ ମୁରାହରି ଶ୍ରୀ ରମଣ ଓ ଜଷ୍ଟିସ ସଂଜୟ କୁମାର ମିଶ୍ର ରହିଛନ୍ତି।

ପ୍ରଥମ ଚାରି ବିଚାରପତି


ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ବୀର କିଶୋର ରାୟ। ମୁଖ୍ୟ ବିଚାରପତି ଜଷ୍ଟିସ ରାୟଙ୍କ ସହିତ ଜଷ୍ଟିସ ବିଚୁ ଜଗନ୍ନାଥ ଦାସ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ ଆର.ଏଲ.ନରସିଂହମଙ୍କୁ ନେଇ ଓଡ଼ିଶା ହାଇକୋର୍ଟ ଆରମ୍ଭ ହୋଇଥିଲା। ଓଡ଼ିଶା ହାଇକୋର୍ଟ ଆରମ୍ଭରୁ ବିଚାରପତି ଥିବା ଉପରୋକ୍ତ ତିନି ବିଚାରପତି ପରବର୍ତ୍ତୀ ସମୟରେ ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରିଥିଲେ। ଜଷ୍ଟିସ ଦାସ ୧୯୫୧, ଅକ୍ଟୋବର ୩୧‌େର ଓଡ଼ିଶା ହାଇକୋର୍ଟର ଦ୍ବିତୀୟ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେହିଭଳି ଜଷ୍ଟିସ ପାଣିଗ୍ରାହୀ ୧୯୫୩, ମାର୍ଚ୍ଚ ୪ରେ ଓ ଜଷ୍ଟିସ ନରସିଂହମ ୧୯୫୬, ମାର୍ଚ୍ଚ ୨୨ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ପରଲୋକ ୧୯୫୮, ଜୁଲାଇ ୨୬ରେ ହୋଇଥିଲା। ଏହି କାରଣରୁ ଜୁଲାଇ ୨୬ ତାରିଖକୁ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଦିବସ ଓ ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି।

Supreme Court directs Orissa High Court to fill its response in plea by  retired District Judge

ବଢ଼ିଛି ବିଚାରପତି ପଦ, ବଢ଼ି ଚାଲିଛି ବିଚାରାଧୀନ ମାମଲା


ଓଡ଼ିଶା ହାଇକୋର୍ଟ ଆରମ୍ଭ ବେଳେ ମାମଲା ସଂଖ୍ୟା ଥିଲା ପ୍ରାୟ ୧୯୦୦। ସେତେବେଳେ ମଂଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟା ଥିଲା ମାତ୍ର ୪। ୧୯୭୮, ଜୁଲାଇ ୨୬ରେ ଓଡ଼ିଶା ହାଇକୋର୍ଟ ୩୦ତମ ପ୍ରତିଷ୍ଠା ଦିବସ ପାଳନ କଲା ବେଳେ ବିଚାରାଧୀନ ମାମଲା ସଂଖ୍ୟା ପହଞ୍ଚି ଥିଲା ୭୦୫୭ରେ। ସେହି ସମୟରେ ବିଚାରପତି ପଦବି ସଂଖ୍ୟା ୮କୁ ବୃଦ୍ଧି କରାଯାଇ ଥିଲା। ୧୯୮୯ରେ ହାଇକୋର୍ଟର ବିଚାରପତି ପଦ ୧୨କୁ, ୧୯୯୨ରେ ୧୬କୁ, ୨୦୦୪ରେ ୨୨କୁ, ପରେ ୨୭କୁ ଏବଂ ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୩୩କୁ ବୃଦ୍ଧି କରାଯାଇଛି। ଏଥିରେ ୨୨ ସ୍ଥାୟୀ ବିଚାରପତି ପଦ ଓ ୧୧ ଅତିରିକ୍ତ ବିଚାରପତି ପଦ ଅନ୍ତର୍ଭୁକ୍ତ। କିନ୍ତୁ ବର୍ତ୍ତମାନ ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୨, ଜୁଲାଇ ୨୨ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ରହିଛି ୧ ଲକ୍ଷ ୮୫ ହଜାର ୧୪୫।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights