ରୋଜିଙ୍କ ପାଇଁ ନୂଆ ଜୀବନ ପାଇଲେ ମହିଳା ଓ ଶିଶୁ


ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ବି ଦୁନିଆରେ ବଞ୍ଚି ରହିଛି ମଣିଷପଣିଆ । ହଁ ଆଜ୍ଞା ଏକଥା ଆମେ କହୁନାହୁଁ କହୁଛି ଏହି ଦୃଶ୍ୟ ।ଆଜି କଟକ ଆରପିଏଫର ଜବାନଙ୍କ ପାଇଁ ବଞ୍ଚିଯାଇଛି ଗୋଟେ ମୂଲ୍ୟବାନ ମାଆର ଜୀବନ ଓ ନିଷ୍ପାପ ଶିଶୁ ଟିର ଜୀବନ । କଟକର ରେଲୱେ ଷ୍ଟେସନର ଆରପିଏଫ ମହିଳା ଏସ ଆଇ ମିସ ରୋଜି ଓ ଏ ଏସ ଆଇ ସ୍ମୃତି ରଞ୍ଜନ ସାହୁ ନାଇଟ ପେଟ୍ରୋଲିଂ ରେ ବାହାରିଥିଲେ ।ଏପଟେ ଟ୍ରେନ ଲାଇନ ଗ୍ରୀନ ସିଗନାଲ ଦେଇସାରିଥିଲା ।

Advertisement

ଏହି ସମୟରେ ନଜର ପଡିଥିଲା ଗୋଟେ ମାଆ ଓ ନବଜାତ ଶିଶୁ ଟ୍ରେନ ଲାଇନ ଉପରେ ବସିଛନ୍ତି ।ଏହାକୁ ଦେଖି ଏସ ଆଇ ମିସ ରୋଜି ସେ ସ୍ଥାନକୁ ଯାଇ ମହିଳା ଓ ଶିଶୁ ଆଣି ବୁଝାସୁଝା କରିଥିଲେ । ମହିଳାଙ୍କ ଘର ମଙ୍ଗଳାବାଗ ଅଞ୍ଚଳରେ ବୋଲି ଜଣାପଡିଛି । ପାରିବାରିକ କଳହ କିମ୍ବା ଅନ୍ୟ କୈାଣସି କାରଣ ପାଇଁ ମହିଳା ଜଣକ ତାଙ୍କ ଛୋଟ ଶିଶୁଟିକୁ ନେଇ ଆତ୍ମହତ୍ୟା କରିବାକୁ ଯାଉଥିଲେ ତାହା ତଦନ୍ତ ହେଲେ ଜଣା ପଡିବ । ସେ ଯାହା ହେଉନା କାହିଁକି ମିସ ରୋଜି ମାଡାମଙ୍କ ଏହି ମଣିଷପଣିଆ ଓ ମହନତା ପାଇଁ ଆଜି ଗୋଟେ ନିଷ୍ପାପ ଶିଶୁ ଓ ମାଆର ଜୀବନ ବଞ୍ଚିଗଲା ।ମହିଳା ଓ ଶିଶୁକୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ।ଏଭଳି ଜଣେ ହୃଦୟବାନ ଲେଡି ଅଫିସର ଓ ଆରପିଏଫ ଜବାନ ଙ୍କୁ ଆମ ଚାନେଲ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!